ଧର୍ମଗଡ଼ : (ପ୍ରଦୀପ ସେଠୀଆ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମାଇଭର ଗ୍ରାମ ଖୁଡୁପଡା ରେ ଗତ ଦୀପାବଳି ଦିନରେ ବାଣ ଫୁଟାଉଥିବା ବେଳେ ଅଘଟଣ ଘଟିଥିଲା। ଗ୍ରାମର ସୁଶାନ୍ତ ମାଝୀ ଙ୍କ ପୁଅ ହିତେଶ ମାଝୀ ବାଣ ଫୁଟାଉଥିବା ବେଳେ ବାଣ ଫୁଟି ମୁହଁ ଓ ହାତ ଜଳି ଯାଇଥିଲା। ପରିବାର ଲୋକେ ଚିକିତ୍ସା ପାଇଁ ଅନେକ ସରକାରୀ ଡାକ୍ତରଖାନା ନେଇଥିଲେ କିନ୍ତୁ ଭଳ ହୋଇ ନ ଥିବା ବେଳେ ଭୁବନେଶ୍ୱର ଡାକ୍ତରଖାନା କୁ ନେଇ ଭର୍ତି କରିଥିଲେ କିନ୍ତୁ ପରିବାର ର ସୂଚନା ଅନୁସାରେ ଚିକିତ୍ସା ବାବଦ କୁ ଆଉ ୨୫ ହଜାର ଟଙ୍କା ର ଆବଶ୍ୟକ ଥିବା ବେଳେ ଅର୍ଥ ଅଭାବ ରୁ ପରିବାର ଲୋକେ ଘରକୁ ପଳେଇ ଆସିଥିଲେ।ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ବାଧକ ହେଉଥିଲା। ଉକ୍ତ ଘଟଣା ସମ୍ପର୍କ ରେ ପଣ୍ଡରା ମାଳି ସମାଜ କଳାହାଣ୍ଡି କୁ ଜଣେଇଲା ପରେ ସହଯୋଗ ର ହାତ ବଢ଼ାଇଲା ପଣ୍ଡରା ମାଳି ସମାଜ ର କର୍ମକର୍ତ୍ତା। ପଣ୍ଡରା ମାଳି ସମାଜ ର କୁଲପତି ପ୍ରକାଶ ଚନ୍ଦ୍ର ନାଏକ, ଆଇନ ପରାମର୍ଶ ଦାତା ଶ୍ରୀ ଦୁର୍ଗା ପ୍ରସାଦ ନାଏକ, ଜିଲ୍ଲା ସଭାପତି ଈଶ୍ୱର ପୁଝାରୀ, ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ,ଙ୍କ ସହିତ ସେଇ ଗ୍ରାମର ପଣ୍ଡରା ମାଳି ସମାଜ ବ୍ୟକ୍ତି ବିଶେଷ ପ୍ରମୁଖ ଉକ୍ତ ପୀଡିତ ପରିବାର ଘରକୁ ପହଞ୍ଚି ଉଚ୍ଚ ଚିକିତ୍ସା ପାଇଁ ୧୫ ହଜାର ଟଙ୍କା ଆର୍ଥିକ ସହଯୋଗ କରିଥିଲେ। ଏହି ଭଳିଆ ପଣ୍ଡରା ମାଳି ସମାଜ ର ସେବା କୁ ଅଞ୍ଚଳ ରେ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି.
ଦୀପାବଳି ରେ ପୋଡି ଯାଇଥିବା ପିଡୀତାଙ୍କୁ ଚିକିତ୍ସା ପାଇଁ ପଣ୍ଡାର ମାଳି ସମାଜ ପକ୍ଷରୁ ଆର୍ଥିକ ସହାୟତା
Monday, November 03, 2025
0

Tags