ଖପ୍ରାଖୋଲ ପୋଲିସ ଦ୍ୱାରା ବେଆଇନ ଦାଦନ ଚାଲାଣ ରେ ଜଣେ ଗିରଫ : ତିନି ଶିଶୁ ସମେତ ନଅ ଦାଦନ ଶ୍ରମିକ ଉଦ୍ଧାର

ଆଜତକ ଓଡ଼ିଶା
0

ବଲାଙ୍ଗିର: ୦୪/୧୧ (ଗଣେଶ ଦାସ):-ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଚଢାଉ କରି ଗତକାଲି ୩ ଶିଶୁ ସମେତ ୯ ଦାଦନ ଶ୍ରମିକ ଗମ୍ଭାରୀ ଦୈନିକ ବଜାର ଛକରୁ ଉଦ୍ଧାର କରିଥିବା ପୋଲିସ ସୂଚନା ଦେଇଛି। ଉଦ୍ଧାର ଶ୍ରମିକ୍ ମାନେ ଗମ୍ଭାରୀ ଗାଁର ବୋଲି ଜଣାଯାଇଛି। ଉଦ୍ଧାର ଶ୍ରମିକ ମଧ୍ୟରେ ୩ ଜଣ ଶିଶୁ, ୪ ଜଣ ମହିଲା ଓ ୨ ଜଣ ପୁରୁଷ ଥିବା ଜଣାଯାଇଛି। ସୂଚନାନୁଯାୟୀ ଶ୍ରମିକ ମାନେ ଦାଦନ ସର୍ଦ୍ଦାର ବେଲପଡା ଥାନା ବେହେରାମୁଣ୍ଡା ଗାଁ ର ରଘୁନାଥ ହରପାଳ (୩୨) ଆନ୍ଧ୍ରପ୍ରଦେଶ ର ଏକ ଇଟାଭାଟି କୁ କାମ କରିବାକୁ ନେଉଥିବା ବେଳେ ଗମ୍ଭାରୀ ଦୈନିକ ବଜାର ଛକରେ ଲକ୍ଷ୍ମୀ ବସ ଯୋଗେ ଯାଉଥିବା ବେଳେ ପୋଲିସ ଚଢ଼ଉ କରି ଉଦ୍ଧାର କରିବା ସହିତ ଦାଦନ ସର୍ଦ୍ଦାରକୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି। ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର 258/25 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରିବା ସହିତ ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠେଇଥିବା ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default