ସମାଜସେବୀ ବିଶ୍ଵନାଥ କର ଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ

ଆଜତକ ଓଡ଼ିଶା
0

ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ) : କଳାହାଣ୍ଡି ର ବିଶିଷ୍ଟ ସମାଜସେବୀ,ଚାଷୀ ନେତା ତଥା ବରିଷ୍ଠ ଆଇନଜୀବି ଓ ନୋଟରୀ ପବ୍ଲିକ ବିଶ୍ଵନାଥ କର ଙ୍କୁ ଗତ ତା ୯.୧୧.୨୫ ରିଖ ରବିବାର ଦିନ ଜଗନ୍ନାଥ ଧାମ, ପୁରୀ ସ୍ଥିତ ବିଷ୍ଣୁ ଭବନ ର ସଭାଗୃହ ରେ ଭାରତ ସରକାରଙ୍କ ସ୍ବୀକୃତି ପ୍ରାପ୍ତ ଓ ଯୋଗ୍ୟ ବିବେଚିତ ଏବଂ ନୀତି ଆୟୋଗ ଏବଂ ଯୁକ୍ତରାଷ୍ଟ୍ର ସଂଗଠନ ଯେନେଭା ଦ୍ଵାରା ରେଜିଷ୍ଟ୍ରି ଭୁକ୍ତ ଏବଂ କେନ୍ଦ୍ରୀୟ ଖ୍ରୀଷ୍ଟିଆନ ବିଶ୍ଵବିଦ୍ୟାଳୟ,ପୂର୍ବ ଆଫ୍ରିକା ଙ୍କ ସହ ଅନୁବନ୍ଧିତ ହୋଇଥିବା ବି.ଭି.ଓ.ଇ ବିଶ୍ଵବିଦ୍ୟାଳୟ ଦ୍ଵାରା ସମାଜ କଲ୍ୟାଣ ଓ ଆଇନ୍ ପରିଚାଳନା ପାଇଁ ସମ୍ମାନ ସୂଚକ ଡକ୍ଟରେଟ୍ ଓ ଆଜୀବନ କୃତିତ୍ୱ ସମ୍ମାନ ପ୍ରଦାନ କରା ଯାଇଥିବାରୁ ଅଞ୍ଚଳ ରେ ଖୁସିର ଲହରୀ ଖେଳି ଯାଇଛି। ପ୍ରକାଶ ଥାଉକି ବିଶ୍ଵନାଥ କର ପେସା ରେ ଜଣେ ବରିଷ୍ଠ ଓକିଲ ଓ ନୋଟାରୀ ପବ୍ଲିକ ହୋଇଥିଲେ ମଧ୍ୟ ଦୀର୍ଘ ୩୦ ବର୍ଷ ହେବ ସମାଜ ସେବା ରେ ବ୍ରତୀ ହୋଇ ନିରୀହ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାରେ ସହଯୋଗ, ଚାଷୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅହରହ ଚାଷୀଙ୍କ ହକ୍ ଓ ଅଧିକାର ପାଇଁ ଲଢେଇ କରିବା, ବାସହୀନ ପରିବାରକୁ ଙ୍କୁ ଜମିପଟ୍ଟା ପ୍ରଦାନ ଓ ଘର ଯୋଗାଇଦେବା ପାଇ ବାରମ୍ବାର ପ୍ରଶାସନ ପାଖରେ ଦାବୀ କରିବା, ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଲୋକଙ୍କ ଅଧିକାର ପାଇଁ ଲଢେଇ କରିବା ଏବଂ ଲୋକଙ୍କୁ ସମାନୁପାତିକ ଭାବେ ନ୍ୟାୟ ପ୍ରଦାନ ପାଇଁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ସମ୍ମାନ ଜନକ ଡକ୍ଟରେଟ ଉପାଧି ପାଇ ସେ ବେଶ୍ ଆନନ୍ଦିତ ଓ ସମାଜର ନିମ୍ନ ସ୍ତରରେ ଥିବା ଅଧିବାସୀ ଏବଂ ତାଙ୍କ ଶୁଭେଚ୍ଛୁ ମାନଙ୍କ ଉଦ୍ୟେଶ ରେ ଏହି ଉପାଧି ସମର୍ପିତ ଏବଂ ଆଗାମୀ ଦିନରେ ସମାଜ ସେବା ତାଙ୍କ ଇଚ୍ଛା ଶକ୍ତି କୁ ଦ୍ଵିଗୁଣିତ କରିବ ବୋଲି ପ୍ରକାଶ କରିଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default