ଜଳେଶ୍ୱର,୭/୧୧ (ଜଗନ୍ନାଥ ଗୋଚ୍ଛାୟତ) ସୁଦୃଢ଼ କଂକ୍ରିଟ ଗୃହ ନିର୍ମାଣ ଲାଗି ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। କିନ୍ତୁ ଉଚ୍ଚ କ୍ଷମତା ସମ୍ପର୍ନ୍ନ ବିଶ୍ଵାସ ଯୋଗ୍ୟ ସିମେଣ୍ଟ ସୀମାନ୍ତ ଅଞ୍ଚଳରେ ବିଶେଷ ଉପଲବ୍ଧ ହେଉନଥିଲା।ଗୃହ ନିର୍ମାଣ କାର୍ଯ୍ୟ ରେ ଆବଶ୍ୟକ ହେଉଥିବା ପ୍ରମୁଖ ଏସିସି ସିମେଣ୍ଟ ଜଳେଶ୍ୱରରେ ସିଧାସଳଖ ଉପଲବ୍ଧ ହେଉନଥିବା ବେଳେ ଏହାର ଆବଶ୍ୟକତାକୁ ଲକ୍ଷ୍ୟକରି କମ୍ପାନୀ ପକ୍ଷରୁ ଏକ ଡିପୋ ଉଦ୍ଘାଟିତ କରାଯାଇଛି । ୬୦ନଂ ଜାତୀୟ ରାଜପଥ ପାର୍ଶ୍ୱ ଗାୟତ୍ରୀ ଫିଲିଙ୍ଗ ଷ୍ଟେସନ ନିକଟରେ ଥିବା ଏହି ଡିପୋକୁ ମନିଶ ଜେନା ଉଦ୍ଘାଟନ କରିଥିଲେ । ଅନୁଷ୍ଠିତ ସଭାରେ ଯୁବ ଉଦ୍ୟଗୀ ମାଧବଚନ୍ଦ୍ର ଜେନା ସଭାପତିତ୍ୱ କରି କମ୍ପାନୀ ୮୮ବର୍ଷ ଧରି ସେବା ଯୋଗାଇ ଆସୁଥିବା ବେଳେ ଏବେ ସିଧାସଳଖ ଗ୍ରାହକକୁ ସେବା ଯୋଗାଇବ ବୋଲି କହିଥିଲେ । କମ୍ପାନୀର ଓଡିଶା-ବିହାର ମୁଖ୍ୟ ସତିଶ ଶର୍ମା ଯୋଗ ଦେଇ ଏହି ଡିପୋ ଫଳରେ ଜଳେଶ୍ୱର ବାସୀଙ୍କୁ ଉନ୍ନତମାନର ସିମେଣ୍ଟ ସହଜରେ ଉପଲବ୍ଧ ହେବବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସେଲ୍ସ ଅଫିସର ପ୍ରେମ ରଂଜନ, ସୁଦିପ୍ତ ବୋଷ, ତପନ ଜେନା, ସନ୍ଦିପ, ସୌମ୍ୟ, ସନ୍ତୋଷ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସ୍ଥାନୀୟ ଏଜେଣ୍ଟ ବିଜୟ କୁମାର ଦାସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଜଳେଶ୍ୱରରେ ଉଦ୍ଘାଟିତ ହେଲା ଏସିସି ସିମେଣ୍ଟ ଡିପୋ
Friday, November 07, 2025
0

Tags