ମୁରିବାହାଲ ,୭।୧୧ (କଣ୍ଟାବାଞ୍ଜି ନ୍ୟୁଜବ୍ୟୁରୋ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି ଗ୍ରାମରେ ସୁନ୍ଦର ଯାନୀ କ୍ରିକେଟ କ୍ଲବ ୨୦୨୫ ୬ଷ୍ଠ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଜେପି ଜିଲ୍ଲା କୋପରେଟିଭ ସଂଯୋଜକ ରାଜୀବ କୁମାର ମହାନ୍ତି,ବ୍ଲକ ବିଜେପି ସମ୍ପାଦକ ନାରାୟଣ ସାହୁ, ଜଙ୍ଗଲ ସୁରେକ୍ଷା କମିଟି ସଭାପତି କୀର୍ତ୍ତନମଣି ଯାନୀ, ଉମାକାନ୍ତ ଛତ୍ରିଆ, ଗୌରାଙ୍ଗ ପଟ୍ଟନାୟକ, ଚିତ୍ରସେନ ଦାସ, ବେଦାପ୍ରକାଶ ମହାକୁର, ଜୟରାମ ପୁଟେଲ, ନାରାୟଣ ଛତ୍ରିଆ, ରସିକ ପୁଟେଲ ପ୍ରମୁଖ ମଞ୍ଚାସିନ ଥିଲେ। ଆମ୍ପିୟାର ଚଉବନ ଧରୁଆ ଓ ବଦେବ ବାଗ ଦାଇତ୍ୱ ତୁଲାଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଦଙ୍ଗରବୁଢା କଲାପରିଷଦ ହଳଦୀ କଳାକାର ଗୋବିନ୍ଦ ମାଝୀ ସହଯୋଗ କରିଥିଲେ।ମ୍ୟାନ ଅଫ ଦ ମ୍ୟାଚ ଏଣ୍ଡ ସିରିଜ ପ୍ରମୋଦ ରଣା। ଉଇନର ପାତଲପଡ଼ା ପାୱାର ଉଇନର ହୋଇଥିବାବେଳେ ବଡ଼ ପତ୍ରାପାଲି ରନର୍ସ ହୋଇଥିଲା। ଅତିଥି ବୃନ୍ଦ ଖେଳାଳିଙ୍କୁ ଉତ୍ସାହିତ କରି ଉଇନର ଓ ରନର୍ସ ଙ୍କୁ ଟ୍ରଫି ପ୍ରଦାନ କରିବା ସହ ୧୪ ହଜାର ଉଇନର ଓ ରନର୍ସ ୧୦ ହଜାର ଚେକ ପ୍ରଦାନ କରିଥିଲେ। କ୍ଲବ ସଦସ୍ୟ ସଭାପତି ଜଗମୋହନ ଯାନୀ, ଉପସଭାପତି କୁନା ନାୟକ, ସମ୍ପାଦକ କିଷାନ ଯାନୀ, କ୍ଲବ ସଦସ୍ୟ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।


