ଶିଶୁ ଦିବସରେ ସ୍କୁଲ ୟୁନିଫର୍ମ ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକଙ୍କ ଯୋଗଦାନ

ଆଜତକ ଓଡ଼ିଶା
0

ଝରୀଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା
ଝରିଗାଁ ୧୪|୧୧ : ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଫୁର୍ଲା ଉଚ୍ଚ ବିଦ୍ୟାଳୟର ସ୍କୁଲ ୟୁନିଫର୍ମ ବଣ୍ଟନ କାର୍ଯ୍ୟକ୍ରମରେ ଆଜି ଝରୀଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି |ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବଳ, ଚାଟିଗୁଡା ସିଆରସିସି ଅବିନାଶ ବିଶ୍ୱାସ, ଛୋଟାଗୁଡା ସିଆରସିସି କନକ କାନ୍ତ ସାମଲ, ସ୍କୁଲ ପରିଚାଳନା କମିଟିର ସଦସ୍ୟା ରୀନାରାଣୀ ଭତ୍ରା,ପଞ୍ଚସଖା ଶିକ୍ଷାସେତୁ ସଭାପତି ଜୟଦେବ ଭତ୍ରା ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ହଲ ସ୍କୁଲ ଡ୍ରେସ, ହଲେ ଜୋତା, ଟ୍ରାକ ସୁଟ ଏବଂ ଟି ସାର୍ଟ, ସକ୍ସ ଇତ୍ୟାଦି ବଣ୍ଟନ କରାଯାଇଥିବା ବେଳେ ବିଧାୟକ ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ନୂତନ ଶିକ୍ଷାନିତୀ ଓ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରିଥିଲେ |କାର୍ଯ୍ୟକ୍ରମର ଶେଷରେ ବିଧାୟକ ଛାତ୍ରଛାତ୍ରୀ ମାନଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ କରିଥିଲେ ଖାଦ୍ୟ ର ମାନ ବହୁତ ଭଲ ଥିଲା ବଳି ପ୍ରକାଶ କରିଥିଲେ, ପରିବେଷ ବହୁତ ସୁନ୍ଦର ଓ ପରିସ୍କାର ପରିଛନ୍ନ ଥିବାର ଦେଖି ବହୁତ ଖୁସି ହଇ ଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଜଣେଇ ବିଦାୟ ନେଇଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default