ଜଳେଶ୍ୱର,୧୩/୧୧ (ଜଗନ୍ନାଥ ଗୋଛାୟତ) : ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଶିଖରପୁର ସ୍କୁଲ ପଡ଼ିଆ ପରିସରରେ ନଗଣ୍ୟ ହିତାଧିକାରୀ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଚିନ୍ମୟ କୁମାର ସାହୁ ମଂଚ ଆହ୍ୱାନ କରିଥିବା ବେଳେ ଜଳେଶ୍ୱର ବିଡିଓ ଗୌରାଙ୍ଗ ଚରଣ ଘୋଷ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର ଯୋଗଦେଇ ଉପସ୍ଥିତ ଥିବା ମତ୍ସ୍ୟ, ଗାଈ, ମଇଁଷି, କୁକୁଡ଼ା, ଘୁଷୁରୀ ଓ ଛେଳି ଚାଷଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ରବିନାରାୟଣ ପଟ୍ଟନାୟକ, ରେସମାରାଣି ସିଂ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ବ୍ଳକ ଅଧ୍ୟକ୍ଷ ମାନସ କୁମାର ଜେନା, ବ୍ଳକ ଉପାଧ୍ୟକ୍ଷା ସଞ୍ଜିତା ସେନାପତି, ମତ୍ସ୍ୟ ବିଭାଗର ଅବସରପ୍ରାପ୍ତ ଉପ ନିର୍ଦେଶକ ପ୍ରଦୀପ କୁମାର ଦେ, ଶିଖରପୁର ସରପଞ୍ଚ ବିଦ୍ୟାଧର ମଲ୍ଲିକ, ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଅଜିତ କୁମାର ସାମଲ ଯୋଗଦେଇ ବକ୍ତବ୍ୟ ରଖିଥିଲେ।ପ୍ରାଣୀ ଚିକିତ୍ସା ଅଧିକାରୀ ଶିଶିର କୁମାର ଲେଙ୍କା ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତ୍ରିଲୋଚନ ମହାପାତ୍ର, ଲଲାଟେନ୍ଦୁ କେଶରୀ ଦାସ, ସିଡିପିଓ ମିନତି ସିଂ, ନିରଞ୍ଜନ ନାୟକ, ସନ୍ତୋଷ କୁମାର ପାତ୍ର ଉପସ୍ଥିତ ଥିଲେ। ଜଳେଶ୍ବର ବ୍ଲକରେ ପଶୁ ଓ ମତ୍ସ୍ୟ ଚାଷ ନିରୁତ୍ସାହଜନକ ରହିଥିବା ବେଳେ ସମ୍ପୃକ୍ତ ଅଧିକାରୀ ମାନଙ୍କ ହିତାଧିକାରୀ ଙ୍କୁ ବିଶେଷ ସହଯୋଗ ରହୁନାହିଁ ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ଗୋରୁ ଗାଈ ପ୍ରାୟତଃ ନଥିବା ବେଳେ ସେମାନଙ୍କ ଚିକିତ୍ସା ଲାଗି ଆସୁଥିବା ସାମଗ୍ରୀ ର ବାଟ ମାରଣା ହେଉଥିବା ଚର୍ଚ୍ଚା ହେଉଛି। ଉତ୍ସାହି ଚାଷୀ ମାନଙ୍କୁ ସହାୟତା ପରାମର୍ଶ ସଠିକ୍ ଭାବେ ଯୋଗାଇ ଦିଆଯାଉ ନଥିବା ବେଳେ ସବସଡି (ରିହାତ) ପ୍ରଦାନ ରେ ପ୍ରିୟାପ୍ରିତି ତୋଷଣ ଓ ବ୍ୟାପକ ହାତ ଗୁଞ୍ଜା ହେଉଥିବା ନାମ ଗୋପନ ରଖି ଚାଷୀ କହିଛନ୍ତି। ଏହା ସହିତ ଫୋଟ ଦେଖାଇ ଗୁହାଳ ପ୍ରଦାନରେ ପଞ୍ଚାୟତ ସ୍ତରର ବିଭାଗୀୟ କର୍ମଚାରୀ ମୋଟା ଅଙ୍କର ଅର୍ଥ ଆତ୍ମସାତ କରୁଥିବା ଆଲୋଚନା ହେଉଛି। ଚାଷୀ ଙ୍କ ପାଇଁ ଆସୁଥିବା ସାମଗ୍ରୀ ପଶ୍ଚିମବଂଗ କୁ ବିକ୍ରି ହେବା ସହିତ ଚିକିତ୍ସା ବାହାନାରେ ବାଟ ଖର୍ଚ୍ଚ ନିଆଯାଉଛି। ଗ୍ରାମାଞ୍ଚଳରେ ସଚେତନତା କର୍ମଶାଳା ହେଉନଥିବା ବେଳେ,ଉପରିସ୍ଥ କର୍ମକର୍ତା ଙ୍କୁ ବ୍ଲକ କର୍ମଚାରୀ ଙ୍କ ପକ୍ଷରୁ ସନ୍ତୁଷ୍ଟ କରାଯାଉଛି।ଏହା ସହିତ ପଶୁ ଡାକ୍ତରଖାନା ଠିକ୍ ସମୟରେ ଖୋଲୁଥିବା ଲୋକେ ଅଭିଯୋଗ କରିଛନ୍ତି।ସୂଚନାଯୋଗ୍ୟ ସ୍ବୟଂରୋଜଗାର ଲାଗି ନୂତନ ଚାଷୀଙ୍କୁ ଆକ୍ରୁଷ୍ଟ କରିବା, ବିଶେଷ ପ୍ରଚାର ପ୍ରସାର କରାଯାଇନଥିବା ସମ୍ପର୍କରେ କେତେକ ଯୁବଗୋଷ୍ଠୀ ଓ ଉଠିଆ ଚାଷୀ ଅଭିଯୋଗ ଆଣିଛନ୍ତି। ଏସମ୍ପର୍କରେ ଜୈନେକ ସୂଚନା ଅଧିକାର କର୍ମୀ ସମ୍ପୃକ୍ତ ବିଭାଗ ବିଷୟରେ ଆରଟିଆଇ ମାଗିବା ଲାଗି ସଜବାଜ ହେଉଥିବା ଖବର ମିଳୁଛି।
ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ:ହିତାଧିକାରୀ ନଗଣ୍ୟ
Thursday, November 13, 2025
0

Tags