ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରରେ ଶିଶୁଦିବସ ପାଳନ

ଆଜତକ ଓଡ଼ିଶା
0

ବଲାଙ୍ଗିର ୧୪/୧୧ : (ଗଣେଶ ଦାସ):-ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରରେ ମହା ଆଡମ୍ବର ସହକାରେ ଶିଶୁଦିବସ ପାଳିତ ହୋଇ ଯାଇଅଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଐଶ୍ୱର୍ଯ୍ୟ ଶେଖର ଦେବତାଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଧିନଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଧୂପଦେଇ ଦୀପ ପ୍ରଜ୍ବଳନ କରାଯାଇଥିଲା ।

ଉଦବୋଧନ ଦେବାକୁ ଯାଇ ଚାଚା ନେହେରୁ ଦେଖୁଥିବା ସ୍ବପ୍ନ ଯାହାକି ଶ୍ରେଣୀ ଶିକ୍ଷା ସହିତ ଉତ୍ତମ ଚରିତ୍ର ଗଠନ ସହ ଶିଶୁମାନଙ୍କୁ ଉତ୍ତମ ଆଚରଣ ସହ ଭବିଷ୍ୟତ ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଏ ଅବସରରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ସୁନ୍ଦର ଦେଶ ଭକ୍ତି ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦିପାଞ୍ଜଲି ପ୍ରଧାନ,ଉସତ ଗଡତିଆ, ଶିକ୍ଷୟତ୍ରି ଝରଣା କର, ଶିକ୍ଷକ ରଥ ଗୁରୁ, ଗୌର ମାଝୀ, କୃଷ୍ଣଧର ପାତ୍ର, ଡୋଲାମଣି ପଧାନ, କିରାଣୀ କାହ୍ନୁଚରଣ ସାହୁ, ପିଅନ ଦୁର୍ଯୋଧନ ସାହୁ, ଅଲେଖ ସ୍ୱାଇଁ, ସଫେଇ କର୍ମଚାରୀ କ୍ଷମାସାଗର ବାଗ, ରାତ୍ର ଜଗୁଆଳି ରମେଶ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default