ସିନ୍ଧେକେଲା (ଦୀନେଶ ଜୈନ) ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଥିବା ପଲ୍ଲୀଶ୍ରୀ ହାଇସ୍କୁଲ ପଡ଼ିଆରେ ଶୁକ୍ରବାରରୁ ଆରମ୍ଭ ହୋଇଥିବା ଜୟ ମାଁ ଦ୍ୱାରସେହ୍ନି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ଦିବସର ମ୍ୟାଚ୍ଗୁଡ଼ିକ ଗତକାଲି ଶନିବାର ଅନୁଷ୍ଠିତ ହେଲା। ଦିନର ପ୍ରମୁଖ ମ୍ୟାଚ୍ରେ ବଙ୍ଗୋମୁଣ୍ଡା ଓ ପଲନା ଦଳ ମୁକାବିଲା କରିଥିଲେ। ସଂଘର୍ଷପୂର୍ଣ୍ଣ ଖେଳରେ ପଲନା ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି ୧–୦ ଗୋଲ୍ରେ ବିଜୟ ହାସଲ କରିଲା। ମ୍ୟାଚ୍ରେ ବିଶେଶ୍ୱର ପ୍ରଧାନ ମୁଖ୍ୟ ରେଫରି ଭାବେ କର୍ତ୍ତବ୍ୟ ପାଳନ କରିଥିଲେ ଏବଂ କୁନା ମାଝୀ ଓ ଶେଷଦେବ ମଳିକ ଲାଇନସମ୍ୟାନଙ୍କ ଭୂମିକାରେ ସହଯୋଗ କରିଥିଲେ। ଖେଳର ସଜିବ ବିବରଣୀ ଅମୂଲ୍ୟ ସିଂଦେଓ ପ୍ରଦାନ କରିଥିଲେ। ଆୟୋଜକ କମିଟିର ରାଜେଶ ତ୍ରିପାଠୀ, ବିଶ୍ୱ ପୁରୋହିତ, ହେମନ୍ତ ସାହୁ, ଓକିଲ ସାହୁ, ଜିଲୁ ବିଶ୍ୱାଳ, ପ୍ରେମ ମଳିକ, ସୁଜିତ ସରାଫ, ବଣ୍ଟି ସାହୁ, ଶିବାନନ୍ଦ ସାହୁ, ବିଟୁ ସାହୁ, ଦେବାଶିଷ ସାହୁ, ଆକାଶ ସାହୁ ପ୍ରମୁଖ ମିଶି ସମଗ୍ର ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

