ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ

ଆଜତକ ଓଡ଼ିଶା
0

ନୂଆପଡା ୦୮ /୧୧ ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ ଚାଲିଛି । ଗତ ୦୭ ତାରିଖ ରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୪୦୫ଲି ହାତ ରନ୍ଧା ମଦ ୬୩ ଲି ବାହାର ଭାଟି ମଦ, ୧୪,୧୫୦ କେଜି ମହୁଲ ପୋଚ ଏବଂ ତିନି ଗୋଟି ବାଇକ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୯ ,୪୪,୩ ୫୦ ଟଙ୍କା ହେବ । ଅଦ୍ୟାବଧି ଅବକାରୀ ବିଭାଗ ୮୬ ଲି ବିଅର୍, ୪୨ ଲି ବିଦେଶୀ ମଦ, ୭୩୬୮ ଲି ହାତ ରନ୍ଧା ମଦ, ୧୫୭୫ ଲି ବାହାର ଭାଟି ମଦ , ୬୦କେଜି ଗଞ୍ଜେଇ ଏବଂ ୧,୮୫ , ୪୫୦ କେଜି ମହୁଲ ପୋଚ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୨୯ ଲକ୍ଷ ୪୮ ହଜାର ୧୦୬ ଟଙ୍କା ହେବ । ଏହା ସହିତ ୧୧ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୫୫ ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ ୧୪୦ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ଜଣାଇଛନ୍ତି । ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default