୨ବର୍ଷ ହେଲାଣି ବିଦ୍ୟାଳୟ ଶୌଚାଳୟ ରେ ଝୁଲୁଛି ତାଲା

ଆଜତକ ଓଡ଼ିଶା
0

କଣ୍ଟାମାଳ ୨୭/୧୧ (ମନଧର କର୍ମୀ) ସରକାର ଛାତ୍ର ଛାତ୍ରୀ ଙ୍କ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ପରିସରରେ ଶୌଚାଳୟ ନିର୍ମାଣ କରୁଛନ୍ତି ଛାତ୍ର ଛାତ୍ରୀ ଙ୍କ ଝାଡ଼ା ପରିସ୍ରା କରିବା ପାଇଁ ହେଲେ ଏହାରି ବିକଳ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ଶ୍ରୀମାଲ ବିଦ୍ୟାଳୟରେ ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି୧୦୬ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ହେଲେ ୨ବର୍ଷ ହେଲା ଶୌଚାଳୟ ରେ ତାଳା ପଡ଼ିଥିବାରୁ। ଛାତ୍ର ଛାତ୍ରୀ ମାନେ ବାହାରେ ଝାଡ଼ା ପରିସ୍ରା କରି ହିନସ୍ତା ହେଉଛନ୍ତି। ଏସଂପର୍କରେ କଣ୍ଟାମାଳ ଗୋଷ୍ଟି ଶିକ୍ଷା ଅଧିକାରୀ ଅଶୋଭା ରଞ୍ଜନ ମାଳି ଙ୍କୁ ପଚାରିବାରୁ ତଦନ୍ତ ପରେ କାର୍ଯ୍ୟାୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଲେ। ବାକି ଦେଖିବା କୁ ରହିଲା ଖବର ପ୍ରସାରଣ ପରେ ତଦନ୍ତ ହେଉଛି ନା ହତବାନ୍ଧି ରହୁଛନ୍ତି ବ୍ଲକ ଶିକ୍ଷା ଅଧିକାରୀ।

Post a Comment

0 Comments

Please Select Embedded Mode To show the Comment System.*

3/related/default