ସିନ୍ଧେକେଲା ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା

ଆଜତକ ଓଡ଼ିଶା
0

ସିନ୍ଧେକେଲା,୨୭/୧୧ (ଦୀନେଶ ଜୈନ) ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଦୁଇ ଦିନ ଧରି ସ୍ଥାନୀୟ ପଲ୍ଲି ଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳର କ୍ରୀଡ଼ାବିତ ପୂର୍ଣ୍ଣଚନ୍ଦ୍ର ଦାସ ଓ ରମା ନାଗ ଉପସ୍ଥିତ ରହିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଦେଢ଼ଗାଁ ପୂର୍ବତନ ସରପଞ୍ଚ ସୁନିତା ସାହୁ ଓ ସମବାୟ ସମିତିର ସମ୍ପାଦକ ସୁଶୀଲ କୁମାର ସାହୁ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଷ୍ଣୁ ପ୍ରସାଦ ପୂଜାରୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା ଓ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ । ଶାରୀରିକ ପ୍ରମୁଖ ଭଜମନ ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ଜୟ ଶଙ୍କର ସିଂଦେଓ ସଂଯୋଜନା କରିଥିଲେ । ସମ୍ପାଦକ ଅଶୋକ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ୪୮୯ ଶିଶୁ ଅଂଶ ଗ୍ରହଣ କରିଥିବା ବେଳେ ଅହଲ୍ୟା ବନଛୋର ଓ ରାଜଲକ୍ଷ୍ମୀ ବିଶ୍ୱାଳ ଚମ୍ପିୟାନ ହୋଇଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default