କଣ୍ଟାମାଳ,୨୭/୧୧ (ମନଧର କର୍ମୀ) କଣ୍ଟାମାଳ ବ୍ଲକ ର ସ୍ଥାନୀୟ ହାଇସ୍କୁଲ ପଡିଆ, ପଞ୍ଚାୟତ କଲେଜ ପଡିଆ ଓ ଋଣ୍ଡିମହୁଲ ପଞ୍ଚାୟତ ର ବାଲିଜୋରୀ ପଡିଆ ଠାରେ ଆଜି ବ୍ଲକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି । କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ କଣ୍ଟାମାଳ ବ୍ଲକ ପ୍ରତିନିଧି ଦୀପକ ବାରିକ ମୁଖ୍ୟ ଉଦଘାଟକ ଓ ଟେଲିକମ ଏଡ଼ଭାଇଜରୀ କମିଟି ସଦସ୍ୟ ନବୀନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ଲକର ତିନୋଟି ସ୍ଥାନରେ ଆୟୋଜିତ ଉକ୍ତ ବ୍ଲକସ୍ତରୀୟ କ୍ରୀଡା ଉତ୍ସବର ଶୁଭ ଉଦଘାଟନ କରିଥିଲେ । ଏଥିରେ ବ୍ଲକ ଜିପିଡିଓ ଜ୍ଞାନ ରଞ୍ଜନ ପ୍ରଧାନ, ପିଇଓ ଜୟଦେବ ପ୍ରଧାନ, ଜ୍ଞାନ ରଞ୍ଜନ ମିଶ୍ର, ଗୋକୁଳ ଭୋଇ,ଭୁଲେଶ୍ୱର ନାଗ,ରିଲିପ ନାଏକ, ପୁରନ୍ଦର ଠେଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ତୃଣମୂଳ ସ୍ତରରୁ କ୍ରୀଡା ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ପ୍ରଶିକ୍ଷଣ ଓ ସୁବିଧା ଯୋଗାଇ କ୍ରୀଡା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ ଅଟେ । ଯାହା ମାଧ୍ୟମରେ ସେମାନେ ଭବିଷ୍ୟତରେ ରାଷ୍ଟ୍ରୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ଖେଳ କୁଶଳତା ଦେଖାଇ ପାରିବେ ବୋଲି କହିଥିଲେ । ଏହିଅବସରରେ କ୍ରିକେଟ, ଫୂଟବଲ, ଭଲିବଲ, ବ୍ୟାଡ଼ମିଣ୍ଟନ, ପୁଚି ଖେଳ, ଚେସ, କବାଡି, ଖୋ ଖୋ, ଆଦି ପ୍ରତିଯୋଗିତା ହୋଇଥିଲା । ଅନୁଷ୍ଠିତ ଖେଳକୁ ସୁଦାମ ମିଶ୍ର, ମକୁନ୍ଦ ସାହୁ, ପ୍ରଦୀପ ପ୍ରଧାନ,ମହେନ୍ଦ୍ର କୁମାର ସାହୁ, ବିଶ୍ୱଜିତ ପ୍ରଧାନ, ଆଦିନାଥ ଦାସ, ପ୍ରଦୀପ ରାଉତ, ଉମାକାନ୍ତ ପଣ୍ଡା, ପଞ୍ଚାନନ ପ୍ରଧାନ ଆଦି ବିଭିନ୍ନ ବିଦ୍ୟାଳୟ ର ଖେଳ ଶିକ୍ଷକ ଖେଳ ପରିଚାଳନା କରିଥିଲେ । ଅନ୍ୟମାନଙ୍କମଧ୍ୟରେ ବିଜେପି ନେତା ଦେବାର୍ଚନ ନାଏକ, ସତ୍ୟ ନାରାୟଣ ମାଝୀ, ମଧୁସୁଧନ ବାଘ (ପିଣ୍ଟୁ ଭାଇ) ରଣା, ଦିଲ୍ଲୀପ ଚୌଆଁନ ସମେତ ଅନ୍ୟ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ କଣ୍ଟାମାଳ ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
କଣ୍ଟାମାଳ ହାଇସ୍କୁଲ ପଡ଼ିଆରେ ବ୍ଲକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ
Thursday, November 27, 2025
0

Tags