ଜଙ୍ଗଲୀ ହାତୀଙ୍କ ଉପଦ୍ରଵ, ଅନେକ ଫସଲ ନଷ୍ଟ କରିଥିବା ଅଭିଯୋଗ: ଚାଷୀ ଙ୍କ ମୁଣ୍ଡରେ ଚଡକ

ଆଜତକ ଓଡ଼ିଶା
0

କନ୍ଧମାଳ:(ଆଜତକ ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳ ଅଧିନସ୍ତ ମୁଣ୍ଡିଗଡ଼ ପଞ୍ଚାୟତର ତିନୋଟି ଗ୍ରାମରେ କେତେକ ଜଙ୍ଗଲୀ ହାତୀପଲ ଙ୍କ ଉପଦ୍ରଵ ବଢି ଚାଲିଛି । ସୂଚନା ଅନୁସାରେ କଳାହାଣ୍ଡି ଏବଂ ବୌଦ୍ଧ ସୀମାନ୍ତରୁ ଏହି ହାତୀପଲ ଆସି ଖମନପଡା,ମଣ୍ଡଳ ପଦର ଓ ଶ୍ରାମ୍ବୁଲି, ଜାରୁଟି ଗ୍ରାମର ଅନେକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ହାତୀପଲଙ୍କ ଉପଦ୍ରଵରେ ମୁଣ୍ଡିଗଡ଼ ଏବଂ ଲଙ୍କାଗଡ଼ ପଞ୍ଚୟତବାସୀ ଭୟଭୀତ ହୋଇ ରହୁଥିବା ବେଳେ ଗ୍ରାମ ବାସୀଙ୍କ କହିବା ଅନୁସାରେ ଗତ ବିଳମ୍ବିତ ରାତିରେ ମୁଣ୍ଡିଗଡ଼ ପଞ୍ଚାୟତର ଖମନ ପଡ଼ା ଓ ସ୍ରାମ୍ବୁଲି ଗ୍ରାମରେ ହାତୀପଲ ପଶି ନବୀନ ପାତ୍ର ଏବଂ ଅନେକ ଚାଷୀ ଙ୍କ ଚାଷ ଖାଇବା ସହ ନଷ୍ଟ କରି ଚାଲି ଯାଇଛନ୍ତି । ଗତ କାଲି ରାତିରେ ଖବର ପାଇ ତୁମୁଡିବନ୍ଧ ବନାଞ୍ଚଳ ର ରେଞ୍ଜର କେ. ସି. ବେହେରା ଏବଂ ଫରେଷ୍ଟର ଓ କର୍ମଚାରୀ ଗଣ ହାତୀ ପୋଲକୁ ଘୋଉଡ଼ାଇବା ଜାରି ରଖିଥିବା ତୁମୁଡିବନ୍ଧ ରେଞ୍ଜର ସୂଚନା ଦେଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default