ସିନ୍ଧେକେଲା,୧୩।୧୧ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ନିକଟସ୍ଥ କୁରସୁଡ଼ ପଞ୍ଚାୟତ ଅନ୍ତର୍ଗତ ପିପଲପଦର ଗ୍ରାମ ଆନୁକୂଲ୍ୟରେ ମହୁଲଭଟା ସର୍ବସାଧାରଣ ଖେଳ ପଡିଆ ଠାରେ ଆଜି ମାଁ ବସ୍ତ୍ରେନ ୟୁଥ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସଞ୍ଜୀବ କୁମାର ଜୈନ,ସମ୍ମାନୀୟ ଅତିଥି ଭାବେ ବୈଦେହି ଭୋଇ ପ୍ରମୁଖ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିବା ସହ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଉଦଘାଟନୀ ମ୍ୟାଚ ରେ ଚାନ୍ଦୋତରା ଓ କାଲକୁଟ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଏଥିରେ କାଳକୁଟ ଦଳ ବିଜୟୀ ହୋଇଥିଲା । ରେଫରୀ ମୋହନ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନମ୍ୟାନ ଭାବେ ନରେନ୍ଦ୍ର ସାହୁ ଓ ସଂକୀର୍ତ୍ତନ ଜାନୀ ସହଯୋଗ କରିଥିଲେ। ଆୟୋଜକ ପିପଲ ପଦର ୟୁଥ କମିଟି ର ସଭାପତି ବିକାଶ ବାଗ, ସମ୍ପାଦକ ଜଗନ୍ ବେହେରା, ବିଜୁ, ପିତାମ,କୁରୁପତି, ପ୍ରିୟକର, ଦିପକ, ତପନ, ଲିଙ୍ଗରାଜ, ସୁମନ, ଅନିଲ ଙ୍କ ସହ ଆୟୋଜକ କମିଟି ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।ଆସନ୍ତା ୧୮ ତାରିଖ ରେ ଉଦଯାପିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।
ମାଁ ବସ୍ତ୍ରେନ ୟୁଥ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ଚାନ୍ଦୋତରା କୁ ହରାଇ କାଳକୂଟ ବିଜୟୀ
Thursday, November 13, 2025
0