କାକଟପୁର (ଅଲେଖ ବିଶ୍ଵାଳ )ଓଡିଶା ଅଧସ୍ଥନ କର୍ମଚାରୀ ଆୟୋଗ (ଓଏସଏସଏସସି) ଦ୍ୱାରା ପରିଚାଳିତ ଆରଆଇ ପରୀକ୍ଷାରେ ସାରା ଓଡ଼ିଶାରେ ପରୀକ୍ଷା କେନ୍ଦ୍ର ଗୁଡିକରେ ସର୍ଭର ସମାସ୍ୟା ଯୋଗୁଁ ପରୀକ୍ଷା ବିଳମ୍ବିତକୁ ନେଇ ବିରୋଧାଭାଷା ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଥିବାବେଳେ ପରୀକ୍ଷା କେନ୍ଦ୍ର ଗୁଡିକର ଭୂମିକାକୁ ନେଇ କିଛି ବିରୋଧୀ ଗୋଷ୍ଠୀ ଅଯଥା ବଦନାମ କରିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି । ଗତ ଗୁରୁବାର ଦିନ ପୁରୀଜିଲ୍ଲା କାକଟପୁରର ମା ମଙ୍ଗଳା ଆଇ ଟି ସି ପରୀକ୍ଷା କେନ୍ଦ୍ରରେ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ପରୀକ୍ଷା ସୁଚାରୁରୂପେ କରାଯାଇଥିଲା । ତେବେ ଏହାକୁ ନେଇ ପରୀକ୍ଷାର୍ଥୀ କିମ୍ବା ସେମାନଙ୍କ ଅଭିଭାବକ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିବାବେଳେ ସ୍ଥାନୀୟ କିଛି କୁଚକ୍ରୀ ଗୋଷ୍ଠୀ ଛବିଳ କାଣ୍ଡିଙ୍କ ନେତୃତ୍ୱ ରେ ଏହି ପରୀକ୍ଷା କେନ୍ଦ୍ର ବିରୁଦ୍ଧରେ କିଛି ଗଣମାଧ୍ୟମ ସାମ୍ନାରେ ବିରୋଧାଭାଷ ପ୍ରକାଶ କରିଥିଲେ । ତେବେ ଏ ସଂକ୍ରାନ୍ତରେ ଓଏସଏସଏସସି ର ପରୀକ୍ଷା ନିୟନ୍ତ୍ରକ ଓ ସମ୍ପୃକ୍ତ କେନ୍ଦ୍ରର କର୍ତ୍ତୃପକ୍ଷଙ୍କୁ ପଚାରିବାରେ କିଛି କୁଚକ୍ରୀ ଗୋଷ୍ଠୀଙ୍କ ଏଭଳି ଆରୋପ ପ୍ରତ୍ୟାରୋପର କୌଣସି ସତ୍ୟତା ନାହିଁ ଏହା କେବଳ ପରୀକ୍ଷା କେନ୍ଦ୍ରକୁ ବଦନାମ କରିବାକୁ ଏକ ଚକ୍ରାନ୍ତ ବୋଲି ଦର୍ଶାଇବା ସହିତ ସମ୍ପୃକ୍ତ ବ୍ୟକ୍ତଙ୍କ ବିରୁଦ୍ଧରେ ଏକ ମାନହାନି ଅଭିଯୋଗ କାକଟପୁର ଥାନାରେ କରାଯାଇଥିବା ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉକି ଉକ୍ତ ପରୀକ୍ଷା କେନ୍ଦ୍ରରେ ସରକାର ଙ୍କ ବିଭିନ୍ନ ଉଚ୍ଚ ପଦସ୍ଥ ପଦବୀ ନିମନ୍ତେ ସ୍ୱଚ୍ଛ, ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ପରୀକ୍ଷା କରାଯାଇ ଉଚ୍ଚ ପ୍ରଶଂସିତ ହୋଇଥିବା ନଜିର ରହିଛି ।
ଅମିନ,ଆର ଆଇ ପରୀକ୍ଷାରେ ସର୍ଭର ସମାସ୍ୟା ଘଟଣା ମଙ୍ଗଳା ଆଇ ଟି ସି କୁ ବଦନାମ କରିବାକୁ ଷଡଯନ୍ତ
Friday, November 07, 2025
0

Tags