କଣ୍ଟାବାଞ୍ଜି : ୦୭/୧୧ ତୁରେକେଲା ବ୍ଲକ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ ବାଳକ ବିଭାଗର କ୍ରିକେଟ ଖେଳାଳି ଚୟନ ଶିବିର ଖଗସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଖଗସା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ନନ୍ଦ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନକରି ଅନୁଷ୍ଠାନିକ ଭାବେ ଉଦଘାଟନ ଘୋଷଣା କରିଥିଲେ । ତୁରେକେଲା ବ୍ଲକ କ୍ରୀଡ଼ା ସମ୍ପାଦକ ଶୁଭେନ୍ଦ୍ର କୁମାର ମହାନ୍ତି ଓ କ୍ରୀଡ଼ା ଶିକ୍ଷକ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।
ଏହି ବ୍ଲକସ୍ତରୀୟରୁ ଚୟନ ଶିବିରରୁ ଚୟନ ହୋଇଥିବା ଖେଳାଳି ଆଗଲପୁରଠାରେ ହେବାକୁଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କ୍ରୀଡ଼ା ସମ୍ପାଦକ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । କ୍ରୀଡ଼ା ଶିକ୍ଷକ ରାଜେନ୍ଦ୍ର ସେଠ,ଜିତେନ୍ଦ୍ରନାଥ ନାଏକ,ସ୍ମିଥ ଦଳେଇ ପ୍ରମୁଖ ଚୟନ ଶିବିର ପରିଚାଳନା କରିଥିଲେ । କ୍ରୀଡ଼ା ଶିକ୍ଷକ ମନୋଜ ମହାପାତ୍ର, ଉପେନ୍ଦ୍ର ଚନ୍ଦନ, ଡିଙ୍ଗର ମାଝୀ, ଜିତେନ୍ଦ୍ର ନାଏକ, ଅକ୍ରୁର ବେହେରା, ଉମାଶଙ୍କର ଖମାରୀ, ଇପ୍ସିତ ପ୍ରଧାନୀ, ରମେଶ ସାହୁ, ମହମ୍ମଦ ଆରିଫ, ଶିକ୍ଷକ ପୀତବାସ ସାହୁ, ଆଶିଷ କୁମ୍ଭାର, ମହେନ୍ଦ୍ର ବାରିକ, ପ୍ରଦ୍ୟୁମ୍ନ ତ୍ରିପାଠୀ, ଦିପ୍ତୀ ରଞ୍ଜନ ମିଶ୍ର, ଶିକ୍ଷୟିତ୍ରୀ ସୀମା ମୁଗ୍ରୀ, ସୌମ୍ୟାସୁରଞ୍ଜନା ନାୟକ, ମୌସୁମୀ ପାତ୍ର, ରେଖାରାଣୀ ସରୋନିଆ, ମମତା ସୁନା, ଶୁଭଲକ୍ଷ୍ମୀ ପରିଡ଼ା, ନିତୁ ସିନ୍ହା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


