ଅସ୍ତରଙ୍ଗ ମାଆ ଲକ୍ଷ୍ମୀ କ୍ଳବ ର କର୍ମକର୍ତ୍ତା ନିର୍ବାଚନ

ଆଜତକ ଓଡ଼ିଶା
0

ଅସ୍ତରଙ୍ଗ (ଅଲେଖ ବିଶ୍ଵାଳ) ଅସ୍ତରଙ୍ଗ ର ବହୁ ପୁରାତନ ମାଆ ଲକ୍ଷ୍ମୀ କ୍ଳବର ନୂତନ କର୍ମକର୍ତ୍ତା ନିର୍ବାଚନ ସୋମବାର ସନ୍ଧ୍ୟା ରେ କ୍ଳବ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।କ୍ଳବ ନିୟମ ଅନୁସାରେ ପ୍ରତି ଦୁଇ ବର୍ଷ ରେ ନୂତନ କର୍ମକର୍ତ୍ତା ଚୟନ ହେବାପାଇଁ ନିୟମ ଥିବାରୁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନ ରେ ପୂର୍ବତନ ସଭାପତି, ସମ୍ପାଦକ, ବରିଷ୍ଠ ଉପଦେଷ୍ଟା ପ୍ରତାପ ପରିଡା,ଜଗବନ୍ଧୁ ବେଉରା, ପ୍ରଫୁଲ ମୁରୁଣୀ, , ରାମ କାଣ୍ଡି, ପ୍ରଶାନ୍ତ ଭୋଳ, ନିରଞ୍ଜନ ଦାସ, ଚିତ୍ରସେନ ପ୍ରଧାନ, ବାବୁସ୍ୱାଇଁ ଏବଂ ଅନ୍ୟ ମାନଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା। ନୂତନ କର୍ମକର୍ତ୍ତାଭାବେ ସଭାପତି ହରିହର ମହାନ୍ତି ଉପ ସଭାପତି ମନୋଜ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ଚିତ୍ରସେନ ପ୍ରଧାନ, ସମ୍ପାଦକ ଦିଲ୍ଲୀପ କୁମାର ଦାସ, ଶହ ସମ୍ପାଦକ ସମୀର କୁମାର କର, ସାଂସ୍କୃତିକ ସମ୍ପାଦକ ଭାବେ ଦେବାଶିଷ ବାରିକ, କୋଷାଧକ୍ଷ କରୁଣାକର ମହାନ୍ତି, ସର୍ବସମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ବିଶ୍ୱାଳ, ସଂଜୟ ପ୍ରଧାନ, ପବିତ୍ର ସ୍ୱାଇଁ, ଦିପକ ଦାସ, ରମାରଞ୍ଜନ ମହାନ୍ତି, ପ୍ରମୋଦ ପଢିଆରି, ସରୋଜ ପ୍ରଧାନ,ଅବୁଲା, ପଦିଆ,ସୋନୁ, ମାନସ, ରାଜା, ଭଗିଆ, ସୁରେସ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default