କେସିଙ୍ଗା (ସ୍ବାସ୍ତିଦୀପ ଆଦିତ୍ୟ) : ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗା ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ ଯୋଗ ଦେଇଥିଲେ ଏଥିରେ ଡି ଏ ଭି ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର ଶିବ ବେହେରା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସମ୍ପତି ଛୁରା ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ଶା , ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଡି. ଏସ. ପାଢ଼ୀ , ଜିଲ୍ଲା ଶାରୀରିକ ନିରୀକ୍ଷକ ମହେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପ୍ରଥମେ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଦ୍ଵିପ ଧୂପ ପ୍ରଜ୍ବଳନ କରାଯାଇଥିଲା। ଆନନ୍ଦ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି ଓ ସମସ୍ତ ଅତିଥି ବୃନ୍ଦ ନିଜ ନିଜ ଅଭିମତ ପ୍ରକାଶ କରିଥିଲେ । ଏଥିରେ ପ୍ରାୟ ୨୯ ଟି ପ୍ରତିଯୋଗିତା ରେ ପ୍ରାୟ ୩୪୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିଲେ ।ସାଂସ୍କୃତିକ ପ୍ରତିଯୋଗିତାରେ କେସିଙ୍ଗା କ୍ଲଷ୍ଟର ର ବୋରିଂପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲା ସ୍ତର କୁ ମନୋନୀତ ହେଇଥିଲା ।ଏହି କାର୍ଯ୍ୟକ୍ରମ ରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ୧୩ ଟି କ୍ଲଷ୍ଟର ରୁ ପ୍ରାୟ ୮୫ ଜଣ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ ।୧୩ ଜଣ ସି ଆର ସି ସି ଙ୍କର ଅକ୍ଲାନ୍ତ ପରିଶ୍ରମ ରେ ଏହି କାର୍ଯ୍ୟକ୍ରମ ବହୁତ୍ ସୁନ୍ଦର୍ ଭାବରେ ଆୟୋଜିତ ହୋଇଥିଲା ।କେସିଙ୍ଗା ସି ଆର ସି ସି ଚନ୍ଦ୍ରଧ୍ୱଜ ନାଗ, ଉତ୍କେଲା ସି ଆର ସି ସି ଭିଶ୍ମରଥି ସାହୁ, ଯୁଜୁରାଙ୍ଗ ସି ଆର ସି ସି ପ୍ରମୋଦ ମେହେର,କିକିଆ ସି ଆର ସି ସି ଡୋଳାମଣୀ ମାଝୀ, ଫଟକାମାଲ ସି ଆର ସି ସି ଗିରିଧାରୀ ମାଝୀ, କାଣ୍ଡେଲ୍ ସି ଆର ସି ସି ଆଶୁତୋଷ ଭୋଇ, ବେଲଖଣ୍ଡି ସି ଆର ସି ସି ଦିବ୍ୟସିଂହ ମାଝୀ, ତୁଣ୍ଡଲା ସି ଆର ସି ସି ଗୋପାଳ ପଧାନ, ପାଷ୍ଟିକୁଡ଼ି ସି ଆର ସି ସି ସମୀର ପାଣିଗ୍ରାହୀ, ବୋରିଆ ସି ଆର ସି ସି, ଧୀରେନ୍ଦ୍ର ପଧାନ, ଭମରମାଲ୍ ସି ଆର ସି ସି ସୁଶିଲ ଦାଶ, ବ୍ଲକ ଏମ ଆଇ ଏସ ସଂଯୋଜକ ଅକ୍ଷୟ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅତିଥି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ ।ମଞ୍ଚ ପରିଚାଳନା ଗୋବିନ୍ଦ ବାଗ, ତପନ କୁମାର ଦାଶ,ହେମନ୍ତ ମାଝୀ ,ଜି କ୍ରୀଷ୍ଣା ରେଡ୍ଡୀ କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ହେମନ୍ତ ବାଗ ।
ବ୍ଲକ ସ୍ତରୀୟ ସୁରଭି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୁଲୁକିଲା ମଞ୍ଚ
Tuesday, November 04, 2025
0