ସୁବର୍ଣ୍ଣପୁର (ଉଲୁଣ୍ଡା): କନ୍ଧେଁନବୁଢି ଯୁବକ ସଂଘ, ଜଉରାଭଉରାଙ୍କ ସହଯୋଗରେ “ମେରା ଯୁବା ଭାରତ” ସୋନପୁର ଓ ଭାରତ ସରକାରଙ୍କ ଖେଳ ମନ୍ତ୍ରାଳୟ ନିର୍ଦ୍ଦେଶକ୍ରମେ ବ୍ଲକ୍ ସ୍ତରୀୟ ଖେଳକୁଦ ଆୟୋଜିତ ହୋଇଥିଲା।ଅନୁଷ୍ଠାନର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ଉଲୁଣ୍ଡା ପଞ୍ଚାୟତ ସମିତି କଲେଜର ଅଧ୍ୟକ୍ଷ ସରୋଜ କୁମାର ପାଣ୍ଡିଆ ସବୁଜ ପତାକା ଦେଖାଇ ଖେଳକୁଦର ଶୁଭାରମ୍ଭ କରିଥିଲେ।
ବିଭିନ୍ନ ସ୍ଥାନରେ ୬ଟି ପ୍ରତିଯୋଗିତା — ଭଲିବଲ୍, ସାଇକେଲ ସୋଲ, ବ୍ୟାଡମିଣ୍ଟନ, ୧୦୦ ଓ ୨୦୦ ମିଟର ଦୌଡ଼, ଫୁଟବଲ୍ ଇତ୍ୟାଦି ଖେଳ ଆୟୋଜିତ ହୋଇଥିଲା। ବିଭିନ୍ନ ଗ୍ରାମର କ୍ଲବମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଜଉରାଭାଉରା ଖେଳ ପଡିଆରେ ହୋଇଥିବା ଫୁଟବଲ୍ ମ୍ୟାଚରେ, ଉଲୁଣ୍ଡା ଦଳ ୩–୪ ଗୋଲ ବ୍ୟବଧାନରେ କେଉଁଟିପାଲି ଦଳକୁ ପରାଜିତ କରି ବିଜୟୀ ହୋଇଥିଲେ।
ଭଲିବଲ୍ ମ୍ୟାଚରେ ସିଣ୍ଡୋଲ କଲେଜ ଦଳ ମାଟୁପାଲିକୁ ୨୫–୨୦ ସ୍କୋରରେ ପରାଜିତ କରି ବିଜୟ ହାସଲ କରିଥିଲେ।
ଦୌଡ଼ ପ୍ରତିଯୋଗିତାରେ —
୧୦୦ ମିଟର ଦୌଡ଼ରେ ରୋହିତ ମହାଳିଙ୍ଗ,
୨୦୦ ମିଟର ଦୌଡ଼ରେ ସରୋଜ ମେଲ୍ଲୀ ବିଜୟୀ ହୋଇଥିଲେ।
ଯୁବତୀ ବିଭାଗରେ — ଉଲୁଣ୍ଡା କଲେଜ ପଡିଆରେ ହୋଇଥିବା ସ୍ଲୋ ସାଇକେଲ ଚାଳନା ପ୍ରତିଯୋଗିତାରେ
ପ୍ରଥମ — ପୂଜାରାଣୀ ସାହୁ
ଦ୍ୱିତୀୟ — ପୁନମ ମହାକୁର
ତୃତୀୟ — ଲିପ୍ସା ରାଣୀ ମହାକୁର ବିଜୟୀ ହୋଇଥିଲେ।
ବିଜେତା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ଜିଲ୍ଲା ସ୍ତରର ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି।
ଅନୁଷ୍ଠାନର ରେଫରି ଦଳକୁ ରାଜ୍ୟ ସରକାର ଙ୍କ ଚୟନିତ ରେଫରି ବଦ୍ରିପ୍ରସାଦ ହୋତା ନେତୃତ୍ଵ ଦେଇଥିଲେ। ମେରା ଯୁବା ଭାରତ ଉଲୁଣ୍ଡା ବ୍ଲକର ରାଷ୍ଟ୍ରୀୟ ଯୁବ ସ୍ୱେଚ୍ଛାସେବୀ — ଡ. ହୃଷୀକେଶ ଦେହେରି, ଶମ୍ଭୁରାଜ କର୍ଣ୍ଣ ଓ ଧବଳେଶ୍ଵର ଭୁକ୍ତା ପରିଚାଳନା କରିଥିଲେ। ସଭାପତି ଦୀନବନ୍ଧୁ ମେଲ୍ଲୀ, ସତ୍ୟ ମେଣ୍ଡିଲି ଓ ଅନ୍ୟ ସଦସ୍ୟମାନେ ଅନୁଷ୍ଠାନରେ ସକ୍ରିୟ ଭାବେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ଯତୀନ ବାଘ ଧନ୍ୟବାଦ ଜଣାଇ ଅନୁଷ୍ଠାନ ଶେଷ କରିଥିଲେ।




