କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ମଧୁପୁର ପଞ୍ଚାୟତ କୁସକଣ୍ଟା ଗ୍ରାମର ବାବୁଲି ଦାସ ଚାଷି ମୁଲିଆ ଶ୍ରେଣୀର ବ୍ୟକ୍ତି, ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ। ବାବୁଲି ଦାସ ପ୍ରତ୍ୟେକ ଦିନ କାମ କରି ଦୁଃଖ କଷ୍ଟରେ ପରିବାର ଭରଣ ପୋଷଣ କରି ଆସୁଥିବା ସମୟରେ,ମଝିଆ ପୁଅ ଚନ୍ଦନ କୁମାର ଦାସଙ୍କ ଦୁଇଟି କିଡିନି ନଷ୍ଟ ହୋଇଯାଇଛି। ଚିକିତ୍ସା କରିବା ପାଇଁ ବ୍ୟୟ ବହୁଳ ବେଶି ହେବାରୁ ପରିବାର ପାଇଁ ବହନ କରିବା କଷ୍ଟସାଧ୍ୟ ଅଟେ। ଏହି ଖବର ପାଇ ମାହାଙ୍ଗା ଅଞ୍ଚଳର ଏକ ଧର୍ମ ସଂସ୍କୃତି, ଶାସ୍ତ୍ର ପୁରାଣ ନୀତି ନିୟମ ଆଦର୍ଶ, ପରମ୍ପରାକୁ ଆଧାର କରି ଗଢି ଉଠିଛି 'ଭରଷା ସମଜ ସେଵକ ସଙ୍ଗଠନର ସେବକ ମାନେ ପହଞ୍ଚି , ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାର ଲୋକଙ୍କୁ ସାନ୍ତ୍ଵନା ଦେଇ, ଚନ୍ଦନ କୁମାର ଦାସଙ୍କ ଆରୋଗ୍ୟ ପାଇଁ କିଛି ସ୍ବଳ୍ପ ଅର୍ଥ ରାଶି ପ୍ରଦାନ କରିଥିଲେ।ସେବକ ମାନେ ହେଲେ ବରିଷ୍ଠ ପରାମର୍ଶ ଦାତା ଶ୍ରୀ ଯୁକ୍ତ ବଟକୃଷ୍ଣ ସାହୁ ମହୋଦୟ ଓ ନଳିନୀ କାନ୍ତ ମହାନ୍ତି, ସଭାପତି ଅରୁଣ କୁମାର ରାଉତରାୟ, ଉପସଭାପତି ଶ୍ରୀଯୁକ୍ତ ସରୋଜ କୁମାର ସାହୁ, ସାଧାରଣ ସମ୍ପାଦକ କେଶବ ଚନ୍ଦ୍ର ମହାନ୍ତି ଯୋଗେନ୍ଦ୍ର କୁମାର ସାହୁ, ଗଣେଶ୍ଵର ଯେନା ଓ ସୁଧାଂଶୁ ଶେଖର ସାହୁ ମହୋଦୟ ଉପସ୍ଥିତ ଥିଲେ।
କିଡ଼ିନି ରୋଗୀ ଚନ୍ଦନଙ୍କୁ ସହାୟତାର ହାତ ବଢାଇଲେ ଭରସା ସେବକ ସଂଘ
Saturday, November 08, 2025
0

Tags