ଠିକାଦାରଙ୍କୁ ବଟି ମାଗିବା ଅଭିଯୋଗ; ସରପଞ୍ଚ ସ୍ୱାମୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ

ଆଜତକ ଓଡ଼ିଶା
0
ଅସ୍ତରଙ୍ଗ (୧୦/ ୧୧ ଅଲେଖ ବିଶ୍ଵାଳ) ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଆଳସାହି ପଞ୍ଚାୟତ ରେ ଜଣେ ପାଇପି ଠିକାଦାର ଙ୍କୁ ବଟି ମାଗିବାକୁ ନେଇ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଛି।ସୂଚନା ଯୋଗ୍ୟ କି ସରକାରଙ୍କ ମେଗା ପାଇପି ଲାଇନି ଯୋଗେ ଅଞ୍ଚଳବାସୀ ଙ୍କୁ ଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସରପଞ୍ଚ ଙ୍କ ସ୍ୱାମୀ ଠିକାଦାର ଠାରୁ ଲୋକ ପଠାଇ ଟଙ୍କା ମାଗିବା ସହ ନ ଦେଲେ ଧମକ ଦେବା ଚର୍ଚ୍ଚା କୁ ଆସିଛି। ଆଳସାହି ପଞ୍ଚାୟତ ରେ ବିଭିନ୍ନ ଗ୍ରାମକୁ ପାଇପି ବିଛାଇବା ପାଇଁ ଠିକାଦାର ସନ୍ତୋଷ ଖୁଣ୍ଟିଆ ପାଇପି କାମ କରୁଥିବା ବେଳେ ଗୁରୁବାର ଦିନ ୩ ଘଣ୍ଟିକା ସମୟରେ ତିନିଜଣ ଯୁବକ ଆସି ବରାଙ୍ଗ ମୁଣ୍ଡରେ ତାଙ୍କୁ ଧମକାଇବା ସହ ଆମକୁ ସରପଞ୍ଚ ଙ୍କ ସ୍ୱାମୀ ପ୍ରଦେଶ ବରାଳ ଆମକୁ ପଠାଇଥିବା କହି ଅନନ୍ତା ଗ୍ରାମର ଈଶ୍ଵର ପରିଡା, ହୁଲା ନାୟକ ଓ ତୋଫାନ ନାୟକ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ୩୫ ହଜାର ଟଙ୍କା ବଟି ମାଗିବା ଓ ନ ଦେଲେ ଜେ ସି ବି ମେସିନିକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେବା କୁ ଧମକ ଦେଇଥିବା ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଅସ୍ତରଙ୍ଗ ଥାନା ନିରୀକ୍ଷକ ଦୁର୍ଗାଚରଣ ମହାପାତ୍ର ଙ୍କୁ ପଚାରିବାରୁ ଅଭିଯୋଗ ହସ୍ତଗତ ହୋଇଛି ଓ ତଦନ୍ତ ଚାଲିଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default