ସିନ୍ଧେକେଲା,୧୦/୧୧ : ଶୀତ ଋତୁର ଥଣ୍ଡାରୁ ଅସହାୟ ଓ ବିକଳାଙ୍ଗ ମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଗରିବ ସେନା ସଂଗଠନ କଣ୍ଟାବାଞ୍ଜି ପକ୍ଷରୁ ଏକ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ଗ୍ରାମ ପଞ୍ଚାୟତର ମମିଆଁ ଓ ସାଲେବରଟ ଗାଁ ର ଅନେକ ଅସହାୟ ବୃଦ୍ଧା ଓ ବିକଳାଙ୍ଗ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ସଂଗଠନର ପଦାଧିକାରୀମାନେ କହିଲେ ଯେ, ଶୀତ ଋତୁରେ ଗରିବ ଓ ଆବଶ୍ୟକତାର୍ଥୀ ଲୋକମାନେ ଅତ୍ୟଧିକ କଷ୍ଟ ଭୋଗନ୍ତି, ସେହିପାଇଁ ସମାଜର ସମ୍ପନ୍ନ ବର୍ଗ ଓ ସଂଗଠନମାନେ ଆଗକୁ ଆସି ସେମାନଙ୍କୁ ସହାୟତା କରିବା ଅତ୍ୟାବଶ୍ୟକ। ଏହି ଅବସରରେ ସଂଗଠନର ସଦସ୍ୟମାନେ ସମାଜରେ ମାନବତା ଓ ସେବାଭାବ ପ୍ରତି ଜନଚେତନା ଜଗାଇବା ପାଇଁ ଆହ୍ୱାନ ଜାରି କରିଥିଲେ। ସେମାନେ କହିଲେ ଯେ ଗରିବ ଓ ଅସହାୟଙ୍କ ସେବା କରିବା ହେଉଛି ଆମର ସତ୍ୟ ସମାଜଧର୍ମ। ପ୍ରତ୍ୟେକ ମଣିଷ ଯଦି ନିଜ ସମର୍ଥ୍ୟ ଅନୁଯାୟୀ ଆଗକୁ ଆସନ୍ତି, ତେବେ କେହି ଥଣ୍ଡାରେ କଷ୍ଟ ଭୋଗିବେ ନାହିଁ।” କାର୍ଯ୍ୟକ୍ରମରେ ଗରିବ ସେନାର କଣ୍ଟାବାଞ୍ଜି ସଦସ୍ୟମାନଙ୍କ ମଧ୍ୟରେ ଦିନେଶ ତାଣ୍ଡି , ନିଲେଶ ଛତରିଆ , ମଣ୍ଟୁ ଦୀପ ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି କମ୍ବଳ ବଣ୍ଟନ ରେ ସହଯୋଗ କରିଥିଲେ ।
ଗରିବ ସେନା ପକ୍ଷରୁ ଅସହାୟ ବୃଦ୍ଧା ଓ ବିକଳାଙ୍ଗ ମାନଙ୍କୁ କମ୍ବଳ ପ୍ରଦାନ
Monday, November 10, 2025
0

Tags