![]() |
ଫଟୋ...ବେଲପଡ଼ା ବ୍ଲକ ଭରୁଆ ମୁଣ୍ଡା ଓଡ଼ିଆ ଆଦର୍ଶ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶିକ୍ଷକ ମାନେ କଳା ବ୍ୟାଜ ପିନ୍ଧି ପ୍ରତିବାଦ ଜଣାଇଛନ୍ତି । |
ବଲାଙ୍ଗିର:- ୨୭/୧୧/୨୫(ଗଣେଶ ଦାସ):-ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ର ଆହ୍ୱାନ କ୍ରମେ ଓଡ଼ିଆ ଆଦର୍ଶ ବିଦ୍ୟାଳୟ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଭରୁଆମୁଣ୍ଡା ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଦାବି ନେଇ କଲା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବରେ ,ଚତୁର୍ଥ ଦିବସ ଗୁରୁବାର ରେ ସ୍କୁଲ ସାମ୍ନା ଫାଟକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାପାଳଙ୍କୁ ୧୩ ଦଫା ସମ୍ବନ୍ଧୀୟ ଦାବିପତ୍ର ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଳାବ୍ୟାଜ ପିନ୍ଧି ସରକାର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆନ୍ଦୋଳନ କୁ ଓହ୍ଲେଇଛି ସଂଘ। ଓଏଭି ଛାତ୍ରଛାତ୍ରୀମାନଙ୍କୁ ଏନ୍ଏମ୍ଏମ୍ଏସ୍ ପରୀକ୍ଷା ରେ ଅଂଶଗ୍ରହଣ ପାଇଁ ଅନୁମତି, ନିଟ୍ ଏବଂ ଜେଇଇ ପରୀକ୍ଷାରେ ୧୫% ସ୍ଥାନ ସଂରକ୍ଷଣ, ଓଏଭି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା, ଶାରୀରିକ ଶିକ୍ଷା, ସଙ୍ଗୀତ, ଏବଂ କମ୍ପ୍ୟୁଟର ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଗ୍ରେଡ଼ ପେ ପ୍ରଦାନ କରିବା, ପ୍ରତ୍ୟେକ ବିଦ୍ୟାଳୟ ରେ ସାଇନ୍ସ କମର୍ସ ଭଳି ଆର୍ଟ୍ସ ଷ୍ଟ୍ରିମ୍ ଖୋଲିବା ସହ ଓଡ଼ିଆ, ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା, ଆର୍ଟ ଶିକ୍ଷକ ପାଇଁ ଟିଜିଟି ଭିଜୁଆଲ ଆର୍ଟ ମାନ୍ୟତା ଦେବା, ପ୍ରିନ୍ସିପାଲ ମାନଙ୍କ ଗ୍ରେଡ଼ ପେ ସମସ୍ୟାର ସମାଧାନ କରିବା, ଓଏଭି କର୍ମଚାରୀଙ୍କ ସନ୍ତାନ ପାଇଁ ପ୍ରବେଶ ହେତୁ ବିଶେଷ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା ଆଦି ଅନେକ ଦାବୀ ରହିଛି । ଏହି ସମସ୍ତ ଦାବୀ ଗୁଡ଼ିକ ଉପରେ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସରକାର କୁ ଦାବି ଜଣାଇଛନ୍ତି ଯଦି ଆସନ୍ତା ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ ନ ହୁଏ ତାହେଲେ ଆଗାମୀ ଦିନ ରେ ବାଧ୍ୟ ହୋଇ ସଂଘ ର ନିର୍ଦ୍ଦେଶ ମତେ ଶିକ୍ଷୟତ୍ରୀ ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମତ ଚେତାବନୀ ଦେଇଛନ୍ତି।

