ଆଶା ସାଜିଲା ଅନଲାଇନ ଅଭିଯୋଗ ୫୦ ହିତାଧିକାରୀ ଆବାସ ପାଇଁ ଜିଲ୍ଲାପାଳ ଙ୍କୁ କଲେ ଗୁହାରି

ଆଜତକ ଓଡ଼ିଶା
0

ଅସ୍ତରଙ୍ଗ ( ୨୭/୧୧ ଅଲେଖ ବିଶ୍ଵାଳ ) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ କେନ୍ଦ୍ରାପାଟି ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ପ୍ରାୟ ୫୦ ଜଣ ଯୋଗ୍ୟ ହିତାଧିକାରୀ ଥିବା ବ୍ୟକ୍ତି ଆବାସ ପାଇଁ ଜିଲ୍ଲାପାଳ ଙ୍କୁ ଲିଖିତ ଗୁହାରି କରିଛନ୍ତି। ସୂଚନା ଯୋଗ୍ୟ କି କେନ୍ଦ୍ରାପାଟି ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ୫୦ ଜଣ ଯୋଗ୍ୟ ହିତାଧିକାରୀ ଥିବା ଲିଖିତ ଅଭିଯୋଗ ଦର୍ଶାଇ ଆମ୍ଭ ମାନଙ୍କୁ ଆବାସ ମିଳିବ କହି ସରକାରୀ ଅଧିକାରୀ ଆମ୍ଭ କଚ୍ଚା ଘର କୁ ଆସି ବାରମ୍ବାର ଫଟୋ ଉଠାଇ ନେଇଥିଲେ ମଧ୍ୟ୍ୟ ଆମ୍ଭମାନଙ୍କୁ ଆବାସ ଦିଆଯାଇନାହିଁ। ଆମ୍ଭେ ମାନେ କୌଣସି ଯୋଜନାରେ ଆଗରୁ ଆବାସ ପାଇନାହୁଁ ଏବଂ ସେହି କଚ୍ଚା ଓ ଆଜବେଷ୍ଟସ ଘରେ ରହୁଅଛୁ । କିନ୍ତୁ ଆମ୍ଭେ ଜାଣିବାକୁ ପାଇଲୁ ଯେଉଁମାନଙ୍କୁ ଆବାସ ଦିଆଯାଇଛି ସେମାନଙ୍କ ପରି ଆମ୍ଭ ମାନଙ୍କର କଚ୍ଚା ବା ଆଜବେଷ୍ଟସ ଘର ଅଛି ସେମାନଙ୍କୁ ଦିଆଯାଇଛି। ଏନେଇ ୨୨ ନଭେମ୍ବରରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ରେ କଣ୍ଟାପଡା ଗ୍ରାମର ରୀନା ବାଳା ଦାସ ଙ୍କ ସମେତ ଜିଲ୍ଲାପାଳ ଙ୍କୁ କଣ୍ଟାପଡା ଗ୍ରାମର ୧୨ ଜଣ,ବିଜିପୁର ଗ୍ରାମର ୧୫ ଜଣ,ନାମରୋ ଗ୍ରାମର ୩ ଜଣ , ଜିଓଳ ଗ୍ରାମର ୮ ଜଣ , କେନ୍ଦ୍ରାପାଟି ଗ୍ରାମର ୧୦ ଜଣ , ଜିଉଁନ୍ତି ଓ ଆଙ୍କୁଅ ଗ୍ରାମର ଜଣେ ଲେଖାଏଁ ହିତାଧିକାରୀ ନୂତନ ନିୟମ ଅନୁଯାଇ ସେମାନେ ଆବାସ ଗୃହ ପାଇବା ଯୋଗ୍ୟ ଥିବା ସେମାନେ ସେମାନଙ୍କ ର ଅଭିଯୋଗ ରେ ଦର୍ଶାଇଛନ୍ତି।ଏବଂ ଆମ୍ଭମାନଙ୍କୁ ଆବାସ ଗୃହ ଯୋଗାଇଦେବା କୁ ଜିଲ୍ଲାପାଳ ଙ୍କୁ ନିବେଦନ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default