ପଂଚାୟତ ନୋଡାଲ ହାଇସ୍କୁଲ ମଣିଯୋରୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଆଜତକ ଓଡ଼ିଶା
0


କଟକ (ଅଶୋକ ଦାସ) କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବରାହୀପୁର ପଂଚାୟତ ସ୍ଥିତ ପଂଚାୟତ ନୋଡାଲ ହାଇସ୍କୁଲ ମଣିଯୋରୀରେ ଛାଣିପୁର ହାଇସ୍କୁଲ ପୁରାତନ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜୟଦେବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷର ଉପକାରିତା ଉପରେ ଆଲୋଚନା କରିବା ସହ ପରିବେଶ କିପରି ସୁରକ୍ଷିତ ରହିବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଅତିଥିଭାବେ ଅନୁଷ୍ଠାନ ସମ୍ପାଦକ ସ୍ମୃତିରଞ୍ଜନ ପଟ୍ଟନାୟକ,ଉପସଭାପତି ନିରଞ୍ଜନ ବେହେରା, ପୂର୍ବତନ ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ସାହୁ, ଦତ୍ତହରୀ ସାହୁ,ବିକ୍ରମ କିଶୋର ମହାନ୍ତି,ସୟଦ ସକିଲ ଅଫଜଲ, ବିଜୟ ସାମଲ, ବିଶ୍ୱଜିତ ସ୍ୱାଇଁ, ସୁଜିତ କୁମାର ବାରିକ, ଭିକାରି ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ବଉଳ, ନଡ଼ିଆ, ପଣସ, ପାମ ସମେତ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିରଞ୍ଜନ ସାହୁ, କିଶୋରୀ ମୋହନ ମହାନ୍ତି, ଅମର ସାହୁ, ସନ୍ଦ୍ୟାରାଣୀ ସ୍ୱାଇଁ, ନିବେଦିତା ପଧାନ, ରୋହିତ କୁମାର କା ଲ୍ଲୋ, ପଙ୍କଜ ନାଏକ,କୃଷ୍ଣ ଚନ୍ଦ୍ର ବେହେରା, ସୀମା ବେହେରା,ସରୋଜ ସାହୁ,ପିତାମ୍ବର ସ୍ୱାଇଁ,ରାଜକିଶୋର ଜେନା,ରମେଶ ସାହୁ, ଧରଣୀଧର ସାହୁ, ପ୍ରଶାଦିନୀ ନାୟକ, ଚିତ୍ତରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ

Post a Comment

0 Comments

Please Select Embedded Mode To show the Comment System.*

3/related/default