ଆୟୁଷ୍ମାନ ଆରୋଗ୍ୟ ଶିବିର ଉଲୁଣ୍ଡା ବ୍ଲକରେ ଅନୁଷ୍ଠିତ
Thursday, November 13, 2025
0
ଉଲୁଣ୍ଡା : ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଜଉରାଭାଉରା ତରଫରୁ ଆଜି ଦ୍ୱିତୀୟ ଗୁରୁବାରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରକ୍ତଚାପ, ମଧୁମେହ, ମ୍ୟାଲେରିଆ ପରୀକ୍ଷା ସହିତ ଓଜନ ମାପ, ମାତୃ ମୃତ୍ୟୁ ରୋକିବା, ଶିଶୁ ଜନ୍ମପରେ ମା ଓ ଶିଶୁର ଯତ୍ନ, ଏବଂ ଧୂମପାନ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଆୟୁଷ ଡାକ୍ତର ଦିଲ୍ଲୀପ ପାଣ୍ଡିଆ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜ୍ୟୋତିର୍ମୟୀ ପଣ୍ଡା, ମହିଳା ସ୍ୱାସ୍ଥ୍ୟ କର୍ମି ସରୋଜିନୀ କୁଅର, ଏବଂ ଯୋଗ ଶିକ୍ଷକ ଶମ୍ଭୁରାଜ କର୍ଣ୍ଣ ଯୋଗଦେଇ ସଚେତନତା ମେସେଜ ଦେଇଥିଲେ। ସେମାନେ ପ୍ରତିଦିନ ଜୀବନରେ ଯୋଗ, ବ୍ୟାୟାମ, ଆସନ ଓ ପ୍ରାଣାୟାମ ଅବଶ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ଶିବିରଟିରେ ସମସ୍ତ ଆଶା କର୍ମୀମାନେ ସହଯୋଗ କରିଥିଲେ।
Tags

