ପତ୍ରାପାଲି ଠାରେ ପାଣିପାଞ୍ଚାୟତ ଗଠିତ

ଆଜତକ ଓଡ଼ିଶା
0

କଣ୍ଟାମାଳ ୨୮/୧୧ (ମନଧର କର୍ମୀ) ବୌଦ୍ଧ ଜିଲ୍ଲା ଖଟ ଖଟିଆ ଦୁଇ ନମ୍ବର ପାର୍ବତୀ ଗିରି ବୃହତ ଉଠା ଜଳ ସେଚନ ପ୍ରକଳ୍ପ ଅଧୀନରେ ଯାଉଥିବା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ର ପତ୍ରାପାଲି ଗ୍ରାମରେ କନିଷ୍ଠ ଯନ୍ତ୍ରୀ ବିବେକା ନନ୍ଦ ବାରିକଙ୍କ ସଭାପତିତ୍ୱରେ ଶିମିଳିପଦର, ରେଙ୍ଗାଲି ଓ ପତ୍ରାପାଲି ଗ୍ରାମର ଚାଷୀମାନଙ୍କୁ ନେଇ ଏକ ସଭା କରାଯାଇଥିଲା । ଉକ୍ତ ସଭାରେ ତିନି ଖଣ୍ଡ ଗ୍ରାମକୁ ନେଇ ଏକ ପାଣିପାଞ୍ଚାୟତ ଗଠନ କରାଯିବାକୁ କନିଷ୍ଠଯନ୍ତ୍ରୀ ବିବେକା ନନ୍ଦ ବାରିକ ପ୍ରସ୍ତାବ ଦେଇଥିଲେ । ଉକ୍ତ ପ୍ରସ୍ତାବ ଅନୁସାରେ ସଭାରେ ନୂତନ ଭାବରେ ପାଣିପାଞ୍ଚାୟତ କମିଟି ଗଠନ କରାଗଲା । ଉକ୍ତ କମିଟିର ସଭାପତି ଭାବେ ନବୀନ ମହାପାତ୍ର, ସମ୍ପାଦକ ଆଦିତେଶ୍ୱର ମିଶ୍ର, କୋଷାଧକ୍ଷ  ଘନଶ୍ୟାମ ବସ୍ତିଆ, ସଦସ୍ୟ ଭାବରେ ମଦନ ସାହୁ, ବିଶ୍ଵାମିତ୍ର ମଟାରି, ହୃଷିକେଶ ସାହୁ, ସତ୍ୟନାରାୟଣ ପଲିଆ, ମମତା ପ୍ରଧାନ, ଶିବାନୀ ସାହୁ, ଯୁଧିଷ୍ଠିର ବିଶ୍ୱାଳ, ସନ୍ତୋଷ ଶଙ୍ଖୁଆ, ସାନ ମିର୍ଧା, ବଶିଷ୍ଟ ବସ୍ତିଆ ସର୍ବସମ୍ମତି କ୍ରମେ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ । ଶିବରାମ ପାତ୍ର, ପବିତ୍ର ପାତ୍ର, ସୌମ୍ୟ ରଞ୍ଜନ ବେହେରା, ପଠାଣି ସମ୍ପତି, କେ ଦିଲୀପ କୁମାର କାର୍ଯ୍ୟ କ୍ରମକୁ ସହଯୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default