ଓଏଭି ଶିକ୍ଷକଙ୍କ ଆନ୍ଦୋଳନ ୫ମ ଦିନରେ; ଦାବିପତ୍ର ବାରମ୍ବାର ଦେଇଲେ ବି ସରକାର ନିରବ

ଆଜତକ ଓଡ଼ିଶା
0

ନୂଆପଡ଼ା/ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର (OAV) ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଆନ୍ଦୋଳନ ଆଜି ୫ମ ଦିନକୁ ପ୍ରବେଶ କରିଛି। ରାଜ୍ୟର ୩୦ ଜିଲ୍ଲାରେ OAV ସଂଘର ନେତୃମଣ୍ଡଳୀ ୮୦ରୁ ଅଧିକ ବିଧାୟକ, ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସତ୍ୱେ, ସରକାରୀ ମହଳରୁ କୌଣସି ସକାରାତ୍ମକ ସଙ୍କେତ ମିଳୁନାହିଁ।

ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଧାରଣା

ନୂଆପଡ଼ା ଜିଲ୍ଲାର ସଭାପତି ନରେନ୍ଦ୍ର ନାଏକଙ୍କ ଆହ୍ୱାନରେ ଟିମଣପୁର ସହ ଜିଲ୍ଲାର ୫ଟି OAVର ଶିକ୍ଷକ-ଶିକ୍ଷୟତ୍ରୀମାନେ କଳା ବ୍ୟାଚ ପିନ୍ଧି ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆନ୍ଦୋଳନ ଜାରି ରଖିଛନ୍ତି।ରାଜ୍ୟର ୩୧୪ ଆଦର୍ଶ ବିଦ୍ୟାଳୟରେ ଏକାସାଥି ଉଠିଛି ଗୋଟିଏ ସ୍ବର—

“ଆମର ନ୍ୟାୟସଂଗତ ଦାବି ସରକାର ମାନନ୍ତୁ।”
ଦଶବର୍ଷରେ ବିଦ୍ୟାଳୟର ଅଭୂତପୂର୍ବ ସଫଳତା

OAVଗୁଡିକ CBSE, JEE, NEETରେ ଦିନକୁ ଦିନ ଭଲ ଫଳାଫଳ ଦେଉଛି। ହଜାର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏଠାରୁ ପଥ ପାଉଛି। କିନ୍ତୁ ଶିକ୍ଷକମାନଙ୍କ ଅଭିଯୋଗ— ବିଦ୍ୟାଳୟର ସଫଳତାକୁ ସରକାର ପ୍ରଚାର କରୁଥିବା ବେଳେ, ସେହି ସଫଳତାର ନିର୍ମାତା ଶିକ୍ଷକମାନେ ଅବହେଳିତ।

ଦ୍ୱାଦଶ ମୃତ୍ୟୁ, ସରକାରୀ ସହାୟତା ଶୂନ୍ୟ

ସଂଘ ଅନୁସାରେ ୨୪ ଜଣ OAV ଶିକ୍ଷକଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ସରକାରରୁ କୌଣସି ସହାୟତା ମିଳିନାହିଁ, ଯାହାକୁ ନେଇ ଅସନ୍ତୋଷ ବ୍ୟାପ୍ତ। ଚାକିରୀରେ ସୁରକ୍ଷା ନ ଥିବାରୁ ଶିକ୍ଷକମାନେ ଅନ୍ୟତ୍ରକୁ ପଲାଟୁଛନ୍ତି ୟୁନିଫର୍ମ କ୍ୟାଡ଼ର ନଥିବା, HRMS ID ନ ଥିବା, ସମାନ କାମକୁ ସମାନ ଦରମା ନୁହେଁ—ଏହି ସମସ୍ୟାର କାରଣରୁ ଅନେକ ଶିକ୍ଷକ ଆଦର୍ଶ ବିଦ୍ୟାଳୟ ଛାଡି ଅନ୍ୟ ସଂଗଠନକୁ ଯୋଗୁଛନ୍ତି।

ଡିସେମ୍ବର ୮ରେ ଆନ୍ଦୋଳନ ତିବ୍ର—ରାଜପଥକୁ ଓହ୍ଲେଇବେ

ରାଜ୍ୟ ସଭାପତି ରିପୁଦମନ ମିଶ୍ର ଓ ସଂପାଦକ ସୁଭାଶିଷ ଦାସ ସ୍ପଷ୍ଟ କରିଛନ୍ତି—
“ଦାବି ମାନିବାକୁ ନାହିଁ ହେଲେ ଡିସେମ୍ବର ୮ରେ ରାଜପଥକୁ ଓହ୍ଲେଇବାକୁ ବାଧ୍ୟ ହେବା। ପରିଣାମ ପାଇଁ ସରକାର ଦାୟୀ।”


---

OAV ସଂଘର ୧୩ଟି ପ୍ରମୁଖ ଦାବି


1. OAV କର୍ମଚାରୀଙ୍କୁ ସରକାରୀ ମାନ୍ୟତା, HRMS ID ମାଧ୍ୟମରେ ଦରମା।
2. ଯୁନିଫର୍ମ କ୍ୟାଡର ସୃଷ୍ଟି।
3. PE, ସଙ୍ଗୀତ, କମ୍ପ୍ୟୁଟର ଶିକ୍ଷକଙ୍କୁ ୪୬୦୦ GP ସହ ସମାନ କାମ ସମାନ ଦରମା।
4. ପ୍ରତ୍ୟେକ ବିଦ୍ୟାଳୟରେ PGT (Odia) ପଦ।
5. ସବୁ ବିଦ୍ୟାଳୟରେ Arts Stream ଆରମ୍ଭ।
6. ହିନ୍ଦୀ ଓ ସଂସ୍କୃତ ପାଇଁ PGT ପଦ ସୃଷ୍ଟି।
7. Art Teacher ପାଇଁ TGT Visual Art ମାନ୍ୟତା।
8. OAV କର୍ମଚାରୀ ସନ୍ତାନ ପାଇଁ ବିଶେଷ ସଂରକ୍ଷଣ।
9. Junior Clerkଙ୍କୁ ନିୟମିତ କରଣ।
10. NMMS ଓ JEE/NEETରେ ୧୫% ସ୍ଥାନ ସଂରକ୍ଷଣ।
11. ପୂର୍ବ TGT → PGT ଶିକ୍ଷକଙ୍କୁ ସୁରକ୍ଷା; ପୂର୍ବ ସେବା ମିଶାଣ।
12. ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଇଁ ପୂର୍ବବତ୍ ଅର୍ଥ ମଞ୍ଜୁର।
13. OAVକୁ PM SHRI School ରେ ଅନ୍ତର୍ଭୁକ୍ତ କରଣ।

Post a Comment

0 Comments

Please Select Embedded Mode To show the Comment System.*

3/related/default