ସହଦେଵଖୁଣ୍ଟାରେ ଦୁଇଦିନିଆ ଆଚାର୍ଯ୍ୟ / ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିରର ସମାରୋପ

ଆଜତକ ଓଡ଼ିଶା
0

ସହଦେଵଖୁଣ୍ଟା (ବାଲେଶ୍ୱର ନ୍ୟୁଜ ବ୍ୟୁରୋ): ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଓଡିଶା ଙ୍କ ଯୋଜନା ଅନୁଯାୟୀ ସହଦେଵଖୁଣ୍ଟା ଅବସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିର ପରିସରରେ ଦୁଇ ଦିନିଆ ଆଚାର୍ଯ୍ୟ / ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ରବିବାର ଦିନ ଏହି ପ୍ରଶିକ୍ଷଣ ଶିବିରର ସମାରୋପ କାର୍ଯ୍ୟକ୍ରମ ହେଇଥିଲା। ଉକ୍ତ ସମାରୋପ ଅବସରରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ୱର ଓ ବାରିପଦା B.Ed କଲେଜ ର ଅଧ୍ୟକ୍ଷ ପ୍ରଫେସର ଡଃ ସଞ୍ଜୟ କୁମାର ଦେ, ମୁଖ୍ୟ ବକ୍ତା ଭାବେ ଶ୍ରୀ ସୁଦର୍ଶନ ଦାସ, ଅବସର ପ୍ରାପ୍ତ ଅଧ୍ୟାପକ, କୁନ୍ତଳା କୁମାରୀ ସାବତ ମହାବିଦ୍ୟାଳୟ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବରେ ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତି, ସଂଗଠନ ସମ୍ପାଦକ ଓ ଶ୍ରୀ ଗୋପବନ୍ଧୁ ଦାସ, ସହ ନିରୀକ୍ଷକ, ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଓଡିଶା ଉପସ୍ଥିତ ଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ୟବସ୍ଥା ପ୍ରମୁଖ ଶ୍ରୀ କୈଳାଶ ଚନ୍ଦ୍ର ବେହେରା, ଯୁଗ୍ମ ସମ୍ପାଦକ ଶ୍ରୀ ଜିତେନ୍ଦ୍ର କୁମାର ପ୍ରହରାଜ ଓ ଉତ୍ତର ସମ୍ଭାଗ ମୟୁରଭଞ୍ଜ ପ୍ରମୁଖ ଶ୍ରୀ ଦିବ୍ୟଜ୍ୟୋତି ମହାନ୍ତ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଶିଶୁ ବିକାଶ ବିଦ୍ୟା ମନ୍ଦିର, ସହଦେଵଖୁଣ୍ଟା ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରଶ୍ମିକାନ୍ତ ପଣ୍ଡା।

ଏହି ଶିବିରରେ ଆଚାର୍ଯ୍ୟ / ଆଚାର୍ଯ୍ୟାମାନଙ୍କୁ ନୈତିକ ଶିକ୍ଷା ଓ ଶିଶୁ ବିକାଶ ବିଷୟରେ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା। ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରୁ ପ୍ରାୟ ୬୦ ରୁ ଅଧିକ ଗୁରୁଜୀ ଓ ଗୁରୁମାମାନେ ଏହି ପ୍ରଶିକ୍ଷଣରେ ଯୋଗଦେଇଥିଲେ। ପ୍ରତିଷ୍ଠାନ ପକ୍ଷରୁ ଜଣାଯାଇଛି ଯେ, ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସମ୍ଭାଗ ସ୍ତରରେ ଏପରି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ଏହା ମାଧ୍ୟମରେ ଶିଶୁମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ, ଆଧ୍ୟାତ୍ମିକ ଓ ପ୍ରାଣିକ ବିକାଶ ସହ ତାଙ୍କ ମଧ୍ୟରେ ଜ୍ଞାନ, ଚରିତ୍ର ଓ ରାଷ୍ଟ୍ରଭକ୍ତି ର ଉନ୍ନତି ହେବା ଲକ୍ଷ୍ୟ ରଖାଯାଇଛି। ଶେଷରେ ବ୍ୟବସ୍ଥା ପ୍ରମୁଖ ଶ୍ରୀ କୈଳାଶ ଚନ୍ଦ୍ର ବେହେରା ଧନ୍ୟବାଦ ଜଣାଇ ସମାରୋପ ଅନୁଷ୍ଠାନର ସମାପନ ଘୋଷଣା କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default