ଝରିଗାଁ ୩/୧୧ (ବୁଦୁରାମ ଗଣ୍ଡ) : ସରକାର ମା ଓ ଶିଶୁର ସୁରକ୍ଷା ଲାଗି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଯୋଜନା କାର୍ଯ୍ୟକାରି କରି ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା,ମା ଓ ଶିଶୁ ର ଯତ୍ନ ନେବା,ପୁଷ୍ଟିକର ଖାଦ୍ୟ ଯୋଗେଇବା, ସୁରକ୍ଷିତ ମାତୃତ୍ୱ ରଖିବା ଆଦି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ହେଲେ ଅନେକ ସ୍ଥାନରେ ପଦବୀ ଗୁଡିକ ଖାଲି ପଡିଥିବାରୁ ନାହିଁ ନାହିଁ ରେ ପ୍ରକଳ୍ପ ଚାଲିଥିବା ଅଭିଯୋଗ ହେଉଛି । ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାର ଝରିଗାଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରୁ । ସୂଚନା ପ୍ରକାରେ ଝରିଗାଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ମୋତେ ୩୦୪ ଗୋଟି ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ବେଳେ କେନ୍ଦ୍ର ଗୁଡିକୁ ୧୩ଗୋଟି ସେକ୍ଟର ରେ ବିଭକ୍ତ କରାଯାଇଛି ।ନିୟମ ମୁତାବକ ୧୩ଗୋଟି ସେକ୍ଟର ପାଇଁ ୧୩ଜଣ କେନ୍ଦ୍ର ପରିଦର୍ଶିକା ରହିବା କଥା, ହେଲେ ଅଛନ୍ତି ମାତ୍ର ୪ଜଣ ସୁପରଭାଇଜର । ଯାହାଦ୍ୱାରା ପ୍ରକଳ୍ପ ନାହିଁ ନାହିଁରେ ଚାଲିଥିବା ଅଭିଯୋଗ ହେଉଛି ।୩୦୪ଗୋଟି କେନ୍ଦ୍ରକୁ ପରିଦର୍ଶନ କରିବା ୪ଜଣ ସୁପରଭାଇଜର ଙ୍କ ପାଇଁ କଷ୍ଟକର କାମ ହେଉଛି । ସୁପରଭାଇଜର ନଥିବା ରୁ ଜଣେ ନଜେ ସୁପରଭାଇଜର କୁ ୩/୪ ଲେଖାଏ ସେକ୍ଟର ବାଣ୍ଟି ଦିଆଯାଇଛି।ଦେଖିବାକୁ ଗଲେ ଜଣେ ସୁପରଭାଇଜର କୁ ୧୦୦ ରୁ ୧୨୦ ଟି କେନ୍ଦ୍ର ପରିଦର୍ଶନ କରିବା ଦାୟିତ୍ୱ ଦିଆଯାଇଛି । ଯାହା ପରିଦର୍ଶନ କରିବା ଆଦ୍ୟୋ ସମ୍ଭବ ନୁହେଁ । ସୁପରଭାଇଜର ମାନେ ଠିକରେ କେନ୍ଦ୍ର ଗୁଡିକ ପରିଦର୍ଶନ କରିପାରୁନ ଥିବାରୁ କେନ୍ଦ୍ର ଗୁଡିକ ଅବହେଳାରେ ଚାଲିଛି । କେଉଁଠି ଅଙ୍ଗନବାଡି କର୍ମୀ ନିର୍ଧାରିତ ସମୟ ପର୍ଯ୍ୟନ୍ତ ରହୁନାହାନ୍ତି ତ କେଁଉ କେଁଉ କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଙ୍କ ଦେଖା ମିଳୁନି । କେଉଁଠି ରୋଷେଇ ହେଉନି ତ କେଁଉ କେଁଉ କେନ୍ଦ୍ର ଆଦ୍ୟୋ ଖୋଲା ହେଉନି । ସୁପରଭାଇଜର ଅଭାବ ଯୋଗୁଁ ଅଙ୍ଗନବାଡି କର୍ମୀମାନେ ମନମାନି ଚଳେଇ ଥିବା ଅଭିଯୋଗ ହେଉଛି । ତେଣୁ ତୁରନ୍ତ ସୁପରଭାଇଜର ନିଯୁକ୍ତି ପାଇଁ ସାଧାରଣରେ ଦାବୀ ହେଉଛି।
ନାହିଁ ନାହିଁରେ ଚାଲିଛି ଝରିଗାଁ ଶିଶୁ ବିକାଶ ପ୍ରକଳ୍ପ |୧୩ବଦଳରେ ଅଛନ୍ତି ମାତ୍ର ୪ ସୁପରଭାଇଜର
Monday, November 03, 2025
0

Tags