ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିଲା ମିଶନସକ୍ତି କାଫେ

ଆଜତକ ଓଡ଼ିଶା
0

ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମିଶନ ଶକ୍ତି ପକ୍ଷରୁ ସ୍ୱୟଂ ସହାୟକ ମହିଳାଙ୍କୁ ସଶକ୍ତ କରିବା ପାଇଁ କାଫେ ଖୋଲାଯାଉଛି। ଏହି ଅବସରରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମା ଗମ୍ଭୀରାଇ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନୂତନ କାଫେ ଖୋଲାଯାଇଛି। ଏଥିରେ ମୁଖ୍ୟାତିଥିଭାବେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡା ତନୁସ୍ମିତା ବିନ୍ଧାଣି , ସମ୍ମାନିତ ଅତିଥିଭାବେ ନାରିନେତ୍ରୀ ଯାଜ୍ଞସେନି ଜେନା, ଡାକ୍ତର ସ୍ଵୟଙ୍ଗ ପ୍ରକାଶ ପରିଡା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା କନକଲତା ବେହେରା, ସମିତିସଭ୍ୟ ସୁରେନ୍ଦ୍ର ମହାନ୍ତି,ମନରଞ୍ଜନ ନାୟକ, ସମାଜସେବୀ ତ୍ରିଲୋଚନ ପ୍ରହରାଜ, ମଣ୍ଡଳ ସଭାପତି ମନରଞ୍ଜନ ବିଶ୍ୱାଳ, ପ୍ରାକ୍ତନ ଜିଲ୍ଲାପାରିଷଦ ସଭ୍ୟ ସୁରେଶ ଜେନା, ଆତ୍ମା ଅଧ୍ୟକ୍ଷ କିଶୋର ରାଉତ, ମଣ୍ଡଳ ସଭାପତି ଭକ୍ତ ଚରଣ ସ୍ୱାଇଁ, ଗୌତମ ପ୍ରସାଦ ଲାଲ, ଅମୀୟରଞ୍ଜନ ପ୍ରଧାନ ପ୍ରମୁଖ ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ । ଏଥିରେ ପ୍ରିୟବ୍ରତ ସାହୁ , ଭବାନିପ୍ରସାଦ ସାହୁ, ଧୀରେନ୍ ଦାସ, ଦୋଳଗୋବିନ୍ଦ ସାହୁଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଟିର ସଦସ୍ୟ ମେଡିକାଲ କର୍ମଚାରୀଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏହି କାଫେ ଖୋଲିବା ଦ୍ୱାରା ମେଡିକାଲକୁ ଆସୁଥିବା ରୋଗୀ ଙ୍କ ସହ ସେମାନଙ୍କର ସମ୍ପର୍କୀୟ ମାନେ ସୁଲଭ ମୂଲ୍ୟରେ ଚା ଜଳଖିଆ ପାଇପାରିବେ ।


Post a Comment

0 Comments

Please Select Embedded Mode To show the Comment System.*

3/related/default