ବଟ ମହାପୁରୁଷ ରେ ମୁରୁଜ ପ୍ରତିଯୋଗିତା

ଆଜତକ ଓଡ଼ିଶା
0

ମାହାଙ୍ଗା (ଅଶୋକ ଦାସ) ମାହାଙ୍ଗା ବ୍ଳକ ମେରୀପୁର ଘିସୁଆଁ ବଟ ମହାପୁରୁଷ ପୀଠରେ ପ୍ରତିବର୍ଷ ପରି ପଞ୍ଚୁକ କାର୍ଭିକ ମହୋତ୍ସବ, ରାହାସ ସହ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବଟ ମହାପୁରୁଷ କମିଟି ପକ୍ଷରୁ ସୌଭାଗ୍ୟ ରଞ୍ଜନ ସୁବୁଦ୍ଧି, ତ୍ରିଲୋଚନ ପରିଡାଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ମୁରୁଜ, ପୁଚି, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରଞ୍ଜନ କୁମାର ରାଉତଙ୍କ ସଂଯୋଜନାରେ ଅତିଥି ଭାବେ ଶିକ୍ଷାବିତ୍ କାର୍ତ୍ତିକ ଚନ୍ଦ୍ର ପାଇଁ, ପାର୍ଥସାରଥୀ ବାରିକ, ପ୍ରଧାନଶିକ୍ଷକ ଚକ୍ରଧର ନାୟକ, ଶିକ୍ଷକ ତରୁଣ ମହାନ୍ତି, ବିକାଶ ରଞ୍ଜନ ସୁବୁଦ୍ଧି ପ୍ରମୁଖ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ। ମଧୁପୁର, କୋଳିଅଠା ଓ ବାସୁଦେବପୁର ବାଜପୁର ପଂଚାୟତର ଅଂଚଳର ଜନସାଧାରଣ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସ‌ହଯୋଗ କରିଥିଲେ । ଏହି କାର୍ଯକ୍ରମ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଇଥଥିଲା । 

Post a Comment

0 Comments

Please Select Embedded Mode To show the Comment System.*

3/related/default