ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ

ଆଜତକ ଓଡ଼ିଶା
0


ଭୁବନେଶ୍ୱର: (ସମୀର ରଞ୍ଜନ ନାୟକ) ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୁଣି ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ଦିନ ଦୁଇଟି ପୃଥକ ପୃଥକ ଘଟଣା ରିପୋର୍ଟ ହୋଇଛି।ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । ଶୁକ୍ରବାର ଜଣେ ଶ୍ରଦ୍ଧାଳୁ ଗର୍ଭ ଗୃହକୁ ପ୍ରବେଶ କରିଥିବାବେଳେ ଅନ୍ୟଜଣଙ୍କ ନିକଟରୁ ହିଡେନ୍ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଛି । ଆଜି ସକାଳେ ମହାପ୍ରଭୁଙ୍କ ଅବକାଶ ନୀତି ସମାପନ ହେବା ପରେ ଦୁଇଟି ଘଟଣା ସାମ୍ନାକୁ ଆସିଛି । ଜଣେ ଶ୍ରଦ୍ଧାଳୁ ନକଲି ସେବାୟତ ବେଶରେ ଗର୍ଭଗୃହ ଭିତରକୁ ଯାଇଥିବା ଜଣାପଡ଼ିଛି । ଜଗନ୍ନାଥ ଟେମ୍ପଲ୍ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଧରି ଅଟକ ରଖିଛନ୍ତି ।

ଉକ୍ତ ବ୍ୟକ୍ତି ଜଣକ ହେଲେ ଯାଜପୁରର ଶଙ୍କର ମିଶ୍ର । ସେ ରତ୍ନ ସିଂହାସନକୁ ସ୍ପର୍ଶ କରିଥିବା ମଧ୍ୟ ସୂଚନା ମିଳିଛି । ସେପଟେ ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା । ଶ୍ରୀମନ୍ଦିର ଜଗମୋହନ ନିକଟରୁ ଜବତ ହେଲା ହିଡେନ୍‌ କ୍ୟାମେରା । ଚଷମା ଯୁକ୍ତ ହିଡେନ୍ କ୍ୟାମେରା ପିନ୍ଧି ଯାଇଥିଲେ ଜଣେ ଭକ୍ତ । ଭକ୍ତ ଜଣକ ହେଉଛନ୍ତି ଭରତ ପାଣ୍ଡିଆ । ଜଗମୋହନରେ ସେବାୟତଙ୍କ ହାତରେ ଧରାପଡିଲେ ଭରତ ପାଣ୍ଡିଆ । ପ୍ରୋଟକଲରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ ଚାଲିଥିବା ସମୟରେ ସେବାୟତ ମାନେ ତାଙ୍କୁ ଧରିଛନ୍ତି । ଜେଟିପି ମାନେ ଅଟକ ରଖି ଶ୍ରୀମନ୍ଦିର ଗାରଦରେ ପଚରା ଉଚରା କରିଥିଲେ । ପରେ ତାଙ୍କୁ ସିଂହଦ୍ବାର ଥାନାକୁ ନିଆଯାଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default