ଝରୀଗାଁ, ୦୧ ନଭେମ୍ବର ୨୦୨୫ (ବୁଦୁରାମ ଗଣ୍ଡ): ଝରୀଗାଁ ବ୍ଲକ ଅନ୍ତର୍ଗତ ପୁପୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଖରୁ ନାମ ଲେଖାଇବା ପାଇଁ ଟଙ୍କା ଆଦାୟ ହେଉଥିବା ଅଭିଯୋଗ ଉଠିଥିଲା। ଏହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଥିଲା। ଅଭିଯୋଗ ପରେ ଏଡିଇଓ ପ୍ରକାଶ ଚନ୍ଦ୍ର ମହାଳିକ ଓ ବିଇଓ ରଶ୍ମିତା ନେତମ ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରି ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳଙ୍କ ଆଦେଶରେ ପ୍ରଧାନ ଶିକ୍ଷକ ବିଜୟୀ ମାଝୀଙ୍କୁ ରାଇଘର ବ୍ଲକ ଅନ୍ତର୍ଗତ ପୁଟାନିଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଏବଂ ଶିକ୍ଷକ ଯୋଗେନ୍ଦ୍ର ଶରିଙ୍କୁ ତୁରୁଡିହି ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ରାଇଘର ବ୍ଲକ ବୁଚାଗୁଡା ବିଦ୍ୟାଳୟର ଅଭିରାମ ଲେଙ୍କା ଓ ବାନୁଆଗୁଡ଼ା ବିଦ୍ୟାଳୟର ଅରୁଣ ମଣ୍ଡଳଙ୍କୁ ପୁପୁଗାଁ ବିଦ୍ୟାଳୟକୁ ବଦଳି କରାଯାଇଛି।

