ମଣିଷର ଟିକିଏ ଭୁଲ ପାଇଁ ଦଣ୍ଡ ପାଉଛନ୍ତି ନିରୀୟ ପଶୁ

ଆଜତକ ଓଡ଼ିଶା
0


ଝରିଗାଁ, ୧/୧୧ (ବୁଦୁରାମ ଗଣ୍ଡ) ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ପରିବେଶ ଓ ଜୀବଜଗତ ନାହିଁ ନଥିବା କ୍ଷତି ହୋଇଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ସଂଗଠନ ପର୍ଯ୍ୟନ୍ତ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇବାକୁ ସ୍ବର ଉଠିଛି। ପ୍ଲାଷ୍ଟିକ ବର୍ଜନ ପାଇଁ ପ୍ରଶାସନ ତରଫରୁ ବାରମ୍ବାର ନିବେଦନ କରାଯାଉଥିଲେ ମଧ୍ୟ ପ୍ଲାଷ୍ଟିକର ବ୍ୟବହାର କମୁନି ଓ ପ୍ଲାଷ୍ଟିକର ବ୍ୟବହାର ଯୋଗୁଁ ଜୀବଜଗତ ପ୍ରତି ମୁହୂର୍ତ୍ତରେ କ୍ଷତି ସହୁଛି । ଏହିପରି ଭାବରେ ଝରିଗାଁ ବ୍ଲକର ଚଚା ପଞ୍ଚାୟତ ଅଞ୍ଚଳରେ ଗତ କିଛି ମାସ ହେଲା ବର୍ଜ୍ୟ ପ୍ଲାଷ୍ଟିକ ବସ୍ତୁରେ ଗୃହପାଳିତ ପଶୁ କ୍ଷତିଗ୍ରସ୍ତ ହେବାର ଦେଖାଯାଉଛି। ନିକଟରେ ଏକ ବୁଲା କୁକୁର ପ୍ଲାଷ୍ଟିକ ଜାରରେ ମୁହଁ ପୂରେଇ ଦେବାରୁ ପ୍ଲାଷ୍ଟିକ ଜାରଟି ତା' ମୁଣ୍ଡରେ ଲଟକି ଯାଇଥିଲା । ଫଳରେ ତାର ଆଖି କୁ ଦେଖା ଯାଉଥିଲେ ମଧ୍ୟ ସେ ଖାଦ୍ୟ ପାଣି ପିଇ ପାରୁନ ଥିଲା । କିଛି ବ୍ୟକ୍ତି ତା' ମୁଣ୍ଡରୁ ଜାରଟି ଖସେଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ | କୁକୁରଟି କିଛି ଦିନ ହେବ ଏଣେ ତେଣେ ବୁଲୁଥିଲେ ମଧ୍ୟ ସେ ଖାଇପାରୁ ନଥିଲା ଦୁର୍ବଳ ହେଇଥିବା ଦେଖାଯାଉଛି। ମଣିଷର ସାମାନ୍ୟ ଭୁଲ ପାଇଁ କୁକୁର ଟି ବିନା କାରଣ ରେ ଶାସ୍ତି ପାଉଥିବାରୁ ପଶୁପ୍ରେମୀ ଉଦ‌ବେଗ ପ୍ରକାଶ କରିଛନ୍ତି । ବୁଲା ଗାଈଗୋରୁ ପ୍ଲାଷ୍ଟିକ ଜରିରେ କିଛି ଖାଦ୍ୟ ଲାଗିଥିଲେ ଜରି ସହିତ ଖାଇ ରୋଗାଗ୍ରସ୍ତ ହେଉଥିବା ଦେଖାଯାଉଛି। ସରକାର ପ୍ଲାଷ୍ଟିକ ନିଷିଦ୍ଧ କରିଥିଲେ ମଧ୍ୟ ଏବେ ବି ବଜାରରେ ବହୁ ଜିନିଷ ପ୍ଲାଷ୍ଟିକ ପ୍ୟାକେଟରେ ମିଳୁଥିବା ଦେଖାଯାଇଛି। ଉପର ଠାଉରିଆ ଭାବରେ ଲୋକଙ୍କୁ ସଚେତନତା କରା ନଯାଇ ସଚେତନତା ବାର୍ତ୍ତାକୁ ଘରେ ଘରେ ନ ପହଞ୍ଚାଇଲେ ଭବିଷ୍ୟତରେ ଏପରି ଅନେକ କୁକୁର ଓ ଗାଈଗୋରୁ ଅଯଥାରେ ଦଣ୍ଡପାଇବେ ବୋଲି ସ୍ପଷ୍ଟ ଦେଖାଯାଉଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default