ଧର୍ମଗଡ,: (ପ୍ରଦିପ ସେଠିଆ) ସାଧାରଣ ଭାବେ ଲୋକଙ୍କ ସୂଚନା ପାଇ ଉନ୍ନୟନ କାମ ଆରମ୍ଭରୁ ସୂଚନା ଫଳକ ଦିଆଯାଇଥାଏ। ଜନସାଧାରଣ ଏହି ସୂଚନା ଫଳକ ମାଧ୍ୟମରେ କାମ ର ସମ୍ପୂର୍ଣ୍ଣ ବିବରଣୀ ପାଇଁ ଥାଆନ୍ତି।ତେବେ ଧର୍ମଗଡ ବ୍ଲକ ଅଧିନ ଟିପିଗୁଡା ପଞ୍ଚାୟତ ଗତାଗୁଡା ଗ୍ରାମ ଠାରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ରେ ଗତାଗୁଡା ବସ୍ତି ପଡା ଠାରୁ ଜୋର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା କାମ ଶେଷ ହୋଇଛି।ଏଥିପାଇଁ ଆର୍ଥିକ ବର୍ଷ ୨୦୨୫-୨୦୨୬ ରେ ମୋଟ ଅଟକଳ ପରିମାଣ ୪ଲକ୍ଷ ରହିଛି।ଯାହା ସୂଚନା ଫଳକ ଅନୁଯାୟୀ ଗତ ୫-୮-୨୦୨୫ରେ କାମ ଆରମ୍ଭ ହୋଇ ଶେଷ ହୋଇ ସାରିଛି।ହେଲେ ଗୋଟାଏ ପଟେ ସୂଚନା ଫଳକ ରେ ଡ୍ରେନ କାମ ଦର୍ଶା ଯାଇଥିବା ବେଳେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବା ନେଇ ସାଧାରଣ ଲୋକ ଏବେ ଦ୍ଵନ୍ଦ ରେ ପଡି ଯାଇଛନ୍ତି।ସୂଚନା ଫଳକ ତ୍ରୁଟି ନା ରାସ୍ତା କାମ ତ୍ରୁଟି ଯୋଗୁ ହୋଇଥିବା ଏବେ ଆଲୋଚନା ପରିସର କୁ ଆସିଛି।ଯଦି ଡ୍ରେନ ପାଇଁ ସରକାରୀ ଅର୍ଥ ଅନୁମୋଦନ ହୋଇଛି ତେବେ କଂକ୍ରିଟ ରାସ୍ତା କିପରି ନିର୍ମାଣ କରାଗଲା ତାହା ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ଯଦିବା ରାସ୍ତା ନିର୍ମାଣ କରାଯାଇଛି ତେବେ ରାସ୍ତା ଦୁଇ କଡ଼ ରେ ଡ୍ରେନ ବ୍ୟବସ୍ଥା କରିବା ଆବଶ୍ୟକ -ନଚେତ ଦୁଇ ଆଡୁ ପାଣି ନିଷ୍କାସନ ହେବାରେ ଅସୁବିଧା ହେବା ସମ୍ଭାବନା ଅଧିକ ଥିବା ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଡ୍ରେନ ବଦଳ ରେ ରାସ୍ତା ନିର୍ମାଣ କାମରେ ଅଧିକ ଲାଭ ଥିବା ଯୋଗୁଁ ବ୍ଲକ ପ୍ରଶାସନ ଜାଣିଶୁଣି ବ୍ୟତିକ୍ରମ କରିଥିବା ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି।ଏନେଇ ଧର୍ମଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ଙ୍କୁ ପଚାରିବାରୁ ଡ୍ରେନ କାମ ପାଇଁ ଅର୍ଥ ଅନୁମୋଦନ ହୋଇଥିଲା ,ତେବେ ସ୍ଥାନୀୟ ଲୋକ ଙ୍କ ଦାବୀ ରାସ୍ତା ୨କଡ଼ ରେ ଡ୍ରେନ ନିର୍ମାଣ ପାଇଁ -ତେବେ ଗଣ୍ଡଗୋଳ ଯୋଗୁଁ ସେହି ପଇସା କୁ ଅନ୍ୟପଟେ ପରିବର୍ତ୍ତନ କରାଯାଇଥିବା ଓ ରାସ୍ତା କାମ ଜିଲ୍ଲା ପରିଷଦ ଅଧୀନରେ ହୋଇଥିବା କହିଥିଲେ। ଅନ୍ୟପଟେ ଜିଲ୍ଲା ପରିଷଦ ସଭ୍ୟ ଗୋପିନାଥ ମହାନନ୍ଦ ଏହାକୁ ଖଣ୍ଡନ କରିବା ସହ ତାଙ୍କ ଫଣ୍ଡ ରୁ ପିଠାପଡା ଠାରୁ ଆରଡି ମୁଖ୍ୟ ରାସ୍ତା କୁ ସଂଯୋଗ କାମ କରାଯାଇଛି। ତେବେ ସୂଚନା ଫଳକ ଓ -ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କଥାରେ ତାଳ ମେଳ ନ ଥିବା ଏବେ ସନ୍ଦେହ ଘେରକୁ ଆସିଛି।କୋଉଠି ନା କୋଉଠି ସତ କୁ ଲୁଚାଇବା କୁ ପ୍ରଚେଷ୍ଟା କରାଯାଉଥିବା ସାଧାରଣ ରେ ଆଲୋଚନା ହୋଉଛି। ଯଦି ଉକ୍ତ କାମ ରେ ଅର୍ଥ ପରିବର୍ତ୍ତନ କରାଯାଇଛି ତେବେ କାହିଁକି ସୂଚନା ଫଳକ କୁ ଭଙ୍ଗା ଯାଇନି କି ସୂଚନାଫଳକ ପରିବର୍ତ୍ତନ କରାଯାଇ ନାହିଁ ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି। ଏହାର ଉଚିତ ତଦନ୍ତ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

