ଅଏଁଲା ଜୋର୍ ଠାରେ ମାଁ ଭଣ୍ଡାର ଘରୁଣୀଙ୍କ ପୂଜା ପାଳିତ
Monday, October 27, 2025
0
ଧର୍ମଗଡ,(ପ୍ରଦିପ ସେଠିଆ) ଆଜି ଧର୍ମଗଡ ବ୍ଲକ ଅନ୍ତର୍ଗତ ବୋଡ଼େନ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଅଏଁଲା ଯୋର ଗ୍ରାମ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ମା ଭଣ୍ଡାର ଘରୁଣୀ ଙ୍କ ପୂଜା ପାଳିତ ହୋଇଥିଲା,ବୋଡ଼େନ ପଞ୍ଚାୟତ ର ଆଖ ପାଖ ଗ୍ରାମରୁ ମାଁ ଭଣ୍ଡାର ଘରନୀ ଙ୍କ ଦର୍ଶନ କରି ଆସି ଥାନ୍ତି ,ଓ ନିଜ ମନସ୍କାମନା କରି ଥାଆନ୍ତି,ଏହି ପୂଜା ଅବସରରେ ଅଏଁଲା ଜୋର୍ ଠାରେ ନାଟକ ଅନୁଷ୍ଠିତ ହୋଇଥାଏ,ଅଏଁଲା ନନ୍ଦ ଗାଁ ଜୋର୍ କୁ ଆସି ଥିବା କୁଣିଆ ଗାଁ ଆସି ଦର୍ଶନ କରି ରାତ୍ରୀ ରେ ରହି ଉକ୍ତ ନାଟକ ମାନରଜନ କରିଥାନ୍ତି,ଏହି କାର୍ଯ୍ୟ କ୍ରମ ରେ ଧର୍ମଗଡ ବ୍ଲକ ର ଯୁବନେତା ତଥା ନନ୍ଦ ଗାଁ ର ସରପଞ୍ଚ ପ୍ରତିନିଧି ଶ୍ରୀ ଭବାନୀ ଶଙ୍କର ବନିଆଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଥିବାରୁ ଯୋଗ ଦେଇ ଥିଲି ,୩ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଣବ କିଶୋର ଭାଇସାଲ ,ବୋଡ଼େନ ସରପଞ୍ଚ ଅର୍ଜୁନ ବାଗ, ସଞ୍ଜୟ ପଟେଲ ସମେତ ଅନେକ ନିମନ୍ତ୍ରିତ ଅତିଥି ଯୋଗ ଦେଇ ଥିଲି ,ସମସ୍ତେ ଅତିଥି ମାନେ ଗାଁ ବାସି ଙ୍କୁ ଧନ୍ୟବାଦ୍ ଜଣାଈ ଥିଲେ
Tags

