ନୂଆପଡା (ବିରବଲ ପ୍ରଧାନ) ନୂଆପଡା ବିଧାନସଭା ଉପନିର୍ବାଚନକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ପାଇଁ ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଭାଗ ତରଫରୁ ସମନ୍ଵିତ ଭାବରେ ବ୍ୟାପକ ତଲାସୀ ଅଭିଯାନ ଚାଲିଛି । ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ଅବକାରୀ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୬୯ଲି ବିଅର୍, ୩୮ଲି ବିଦେଶୀ ମଦ, ୪୬୬୫ ଲି ହାତ ରନ୍ଧା ମଦ,୧୧୨୬ ଲି ବାହାର ଭାଟି ମଦ ,୨୬ କେଜି ଗଞ୍ଜେଇ, ୧୪.୫ ଲି କଫ୍ ସିରପ ଏବଂ ୧,୧୧, ୩୫୦ କେଜି ମହୁଲ ପୋଚ ଜବତ କରିଛନ୍ତି । ଏସବୁର ଆନୁମାନିକ ମୂଲ୍ୟ ୭୯ ଲକ୍ଷ ୫୨ ହଜାର ୬୪୨ ଟଙ୍କା ହେବ । ଏହା ସହିତ ପାଞ୍ଚ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ୧୫୧ ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ ୯୦ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଆୟକର ବିଭାଗ ୯୦ ଲକ୍ଷ ଟଙ୍କା, ବ୍ୟବସାୟିକ କର ଓ ସେବା ଏବଂ ଦ୍ରବ୍ୟ କର ବିଭାଗ ୧୨ ହଜାର ଟଙ୍କା ଜବତ ଏବଂ ଆଦାୟ କରିଛନ୍ତି । ଏହି ସମୟରେ ପୋଲିସ ବିଭାଗ ୧୪୮୦ ଲି ହାତ ରନ୍ଧା ମଦ,୨୩ କେଜି ଗଞ୍ଜେଇ ଏବଂ ୩୪,୬୪୦ ଟଙ୍କା ଓ ସାମଗ୍ରୀ ଜବତ କରିଛନ୍ତି । ଏସବୁର ମୂଲ୍ୟ ୮ ଲକ୍ଷ ୬୩ ହଜାର ଟଙ୍କା ହେବ ।ସର୍ଭେଲାନ୍ସ ଟିମ୍ ୯ ଲକ୍ଷ ୩୭ ହଜାର ୫୦୦ ଟଙ୍କା ଏବଂ ଫ୍ଲାଇଙ୍ଗ ସ୍କ୍ୱାର୍ଡ ୨ ଲକ୍ଷ ଟଙ୍କା ଜବତ କରିଛନ୍ତି ।ଏହିପରି ସାମଗ୍ରିକ ଭାବରେ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସମସ୍ତ ବିଭାଗ ସମ୍ମିଳିତ ଉଦ୍ୟମରେ ୧ କୋଟି ୮୯ ଲକ୍ଷ ୬୬ ହଜାର ୯ ଟଙ୍କାର ରେକର୍ଡ ସଂଖ୍ୟକ ସାମଗ୍ରୀ ଓ ଦ୍ରବ୍ୟ ଜବତ ହୋଇଛି । ନିର୍ବାଚନ ସମୟରେ ବେଆଇନ୍ ଟଙ୍କା , ଦ୍ରବ୍ୟ ଓ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।