ଗୋପପୁର ରେ କୃଷ୍ଣ ବଳରାମ ଙ୍କୁ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜତକ ଓଡ଼ିଶା
0


ବଙ୍ଗୋମୁଣ୍ଡା,୨୯।୧୦- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଆୟୋଜିତ ହେବାକୁ ଥିବା ୩୯ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ହେବାକୁ ଥିବା ବେଳେ ବଙ୍ଗୋମୁଣ୍ଡା କୁ ମଥୁରାନଗରୀ କରାଯାଇଥିବା ବେଳେ ଗୋହିରାପଦର କୁ ଗୋପପୁର କରାଯାଇଛି । ଆଜି ଗୋପପୁର ଗୋହିରାପଦର ଠାରେ କୃଷ୍ଣ ରୂପେ ଆଲୋକ ମେହେର ଓ ବଳରାମ ରୂପେ ମୁକେଶ ମେହେର ଙ୍କୁ ବରଣ କରାଯାଇଥିଲା । ସେହିପରି ମଥୁରାନଗରୀ ବଙ୍ଗୋମୁଣ୍ଡା ର କୃଷ୍ଣ - ରୋହନ ମନହୀରା, ବଳରାମ ସିଦ୍ଧାର୍ଥ ପୁଟେଲ ଙ୍କୁ ବରଣ କରାଯାଇଛି । ଏଥିରେ ଧନୁଯାତ୍ରା ମହୋତ୍ସବ କମିଟି ର କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ସାଂସ୍କୃତିକ ସମ୍ପାଦକ ଘନଶ୍ୟାମ ମନହୀରା, ଉପ ସଭାପତି ଶରତ ଚନ୍ଦ୍ର ସିଂ ଭୋଇ ,ଉପ ସଭାପତି ଡ଼ଃ ନାରାୟଣ ମିଶ୍ର, ନବୀନ ମନହୀରା, ଲୋକସମ୍ପର୍କ ଅଧିକାରୀ ବୈକୁଣ୍ଠ ସା, ଅର୍ଧେନ୍ଦୁ ଦାସ ଯାଦବ, ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ବଲାଙ୍ଗୀର ର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ସାମ୍ବାଦିକ ପୁଷ୍ପକେତୁ ବେହେରା ପ୍ରମୁଖ ସାମିଲ ହୋଇଥିଲେ । ଆୟୋଜକ ଗୋପପୁର କମିଟି ର ସଭାପତି ବିନୋଦ ମେହେର, ଉପସଭାପତି ବସନ୍ତ ମେହେର, ସମ୍ପାଦକ କ୍ଷମାସାଗର ମେହେର, ସହସମ୍ପାଦକ ବାବୁଲାଲ ମେହେର, କୋଷଧ୍ୟକ୍ଷ ଭରତ ମେହେର,ଉପ କୋଷlଧ୍ୟକ୍ଷ ପ୍ରକାଶ ମେହେର, ଉପଦେଷ୍ଟା ହରିବଡୁ ମେହେର, ବୈକୁଣ୍ଠ ହଂସ, ଭୋଳାନାଥ ମେହେର, ରାମ ଭୋଇ,ଭୁବନ ମେହେର, କ୍ଷମାସାଗର ମେହେର,ସଦସ୍ୟ ବିଜୟ ମେହେର, ନୌକା ରାଜ ମେହେର, ଶେଷଦେବ ମେହେର୍,ବବଲୁ ମେହେର, ରୁଦ୍ର ମେହେର, ଛିନୁ ମେହେର, ବିରସିଂ ଭୋଇ, ଚୈତନ ଅଦା, ଝସ କେତନ ପୋଡ଼, ନୀଳମଣି ଭାଟି, ମିନିକେତନ ଭାଟି ପ୍ରମୁଖ ଙ୍କ ସହ ଗ୍ରାମବାସୀ ମାନେ ସାମିଲ ହୋଇଥିଲେ । ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଆୟୋଜନ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default