କଣ୍ଟାବାଞ୍ଜି ନ୍ୟୁଜ ବ୍ୟୁରୋ, ୨୯।୧୦ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଡ଼ିଗ୍ରୀ କଲେଜଠାରେ ମୁରିବାହାଲ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁରିବାହାଲ ଥାନାଅଧିକାରୀ ସନାତନ ସାହୁ ଙ୍କ ସଭାପତିତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ବିଡ଼ିଓ ବାସନ୍ତୀ ସେଠି ସମ୍ମାନିତ ଅତିଥି ଭାବେ ଡ଼ିଗ୍ରୀ କଲେଜ ଅଧକ୍ଷ ସରୋଜ ନାଏକ, କଣ୍ଟାବାଞ୍ଜି ଏସ୍ଡ଼ିପିଓ ଲଷ୍ମୀନାରାୟଣ ମାରାଣ୍ଡି ସାଇବର ଥାନା ଅଧିକାରୀ ଅଲେଖ ଗର୍ଡିଆ, ମଧୁ ସାହୁ,ତହସିଲଦାର ଜଗଦୀଶ କର୍ତ୍ତାମୀ,ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶକ୍ତି ସ୍ୱରୂପ ସାହୁ, ପ୍ରମୁଖ ମଞ୍ଚାସୀନ ଥିଲେ ।
ସାଇବର ଠକାମୀ ରୋକିବା ପାଇଁ ସଚେତନତା ଅବଲମ୍ବନ କରିବା ସହ ସାଇବର ଓଡ଼ିଶା ସୁରକ୍ଷା ଗଠନ ପାଇଁ ଲୋକଙ୍କୁ ସଚେତନ କରିଥିଲେ । ପରେ ସାଇବର ସୁରକ୍ଷା ନେଇ ଶପଥ ପାଠ କରାଯାଇଥିଲା । ନିକଟରେ ଘଟିଥିବା ସାଇବର ଅପରାଧ ବିଷୟରେ ଆଲୋଚନା କରି ସେଥିରୁ କିପରି ନିଜେ ରକ୍ଷା ପାଇଁ ଅନ୍ୟ ମାନଙ୍କୁ ରକ୍ଷା କରିବା ସେ ବିଷୟରେ ସଚେତନତା କରାଯାଇଥିଲା । ସାଇବର ହେଲ୍ପ ଲାଇନ ନମ୍ବର ୧୯୩୦ ବିଷୟରେ ବିସ୍ତୃତ ଭାବେ ବୁଝାଯାଇ ସାଇବର ଠକେଇର ଶିକାର ହେଲେ କିପରି ତାହାର ଲାଭ ନେଇ ପାରିବେ ସେ ବିଷୟରେ ଲୋକଙ୍କୁ ବୁଝାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଏସ ଆଇ ପ୍ରମୋଦ ପ୍ରଧାନ, ଏସ ଆଇ ପାଙ୍କଜିନି ବାଗ ,ଏ ଏସ ଆଇ ସୁଶିଲ ମହାପାତ୍ର,କନେଷ୍ଟବଳ ମହେଶ ଧାରୁଆ,ରବିନ୍ଦ୍ର ନାଗ, ସୁଶାନ୍ତ ପଧାନ, ଧନୀରାମ୍ ବାଗ, ମକୁନ୍ଦ ବିଶି, ରିପୁନ ମିଶ୍ର ଓ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ଏବଂ ଓଏଭିର ଛାତ୍ରଛାତ୍ରୀ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ।



