ନୂଆପଡ଼ା ୩୧/୧୦ (ବିରବଲ ପ୍ରଧାନ) ନୂଆପଡ଼ା ଉପ ନିର୍ବାଚନ ସରଗରମ ଥିବା ବେଳେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଅଛି। ଏହି ଉପଲକ୍ଷେ ପୂର୍ବତନ ମନ୍ତ୍ରୀ ସଂଜୀବ କୁମାର ସାହୁ ଙ୍କ ନେତୃତ୍ୱରେ ବହୁ ଯୁବକ ମାନେ ସାମିଲ ହୋଇ ଏକତା ଗଣ ଦୌଡ଼ ରେ ଯୋଗ ଦେଇଥିଲେ। ଦେଶର ଏକତା ପାଇଁ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବହୁ କାର୍ଯ୍ୟ କରିଥିବା ବେଳେ କୃଷିମନ୍ତ୍ରୀ ଦାୟିତ୍ବରେ ରହି ଦେଶର କୃଷକ ଙ୍କୁ ଉପଯୁକ୍ତ ସମ୍ମାନ ଦେଇଥିଲେ ବୋଲି କହିଥିଲେ। ଏହି ଉପଲକ୍ଷେ ଏକ ମୋଟର ସାଇକେଲ ରାଲି ଅନୁଷ୍ଠିତ ହୋଇ ଥିବା ବେଳେ ବହୁ ଯୁବକାମାନେ ସାମିଲ ହୋଇଥିଲେ।


