ମାହାଙ୍ଗାର ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସାହୁଙ୍କ ନିର୍ଦେଶ କ୍ରମେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ୪୧ ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଇନ୍ଦିରା ଗାନ୍ଧୀ ସ୍ମୃତି ସଂସଦ ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି । ପ୍ରଥମେ କୁହୁଣ୍ଡା ପଂଚାୟତର କୁମୁଡ଼ା ହାଟ ଠାରେ ଥିବା ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ କୁଣ୍ତୀ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରଯାଇଥିଲା । ପରିଶେଷରେ କୁଣ୍ଡି ପଞ୍ଚାୟତ ଜଗନ୍ନାଥ୍ ପୁର ଗ୍ରାମରେ ଥିବା ଅବଦୁଲ କଲାମଙ୍କ କ୍ଲବ୍ ପ୍ରାଙ୍ଗଣରେ ଥିବା ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ତାଙ୍କ ଜୀବନାଦର୍ଶୀ ଉପରେ ଆଲୋଚନା କରାଯାଇଥିଲା ଏହି ଅଵସରରେ ଓଡ଼ିଶା ମହିଳା ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସମ୍ପାଦିକା ପ୍ରିତିଛନ୍ଦା କୈବଲ୍ୟ ନାୟକ ଯୋଗଦେଇ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ଆଧୁନିକ ଭାରତ ନିର୍ମାଣରେ ଯୋଗଦାନ ଅତୁଳନୀୟ ବୋଲି କହିବା ସହିତ ଆଜିର ଯୁବ ସମାଜ ତାଙ୍କର ଜୀବନାଦର୍ଶନ କୁ ଅନୁସରଣ କରିବା ଉଚିତ ବୋଲି ମାତାପୋଷଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ମାଲ୍ୟାର୍ପଣ ଉତ୍ସବରେ ମାହାଙ୍ଗା ବ୍ଲକ ପୂର୍ବତନ କଂଗ୍ରେସ କମିଟି ସଭାପତି ଅଲେଖ ସ୍ବାଇଁ, ଯୁବ ସଂଗଠକ ଉତ୍ତମ ବେହେରା, ଇନ୍ଦିରା ଗାନ୍ଧୀ ସ୍ମୃତି ସଂସଦ ର ସଭାପତି ମହେଶ୍ୱର ରାଉତ, ସମ୍ପାଦକ ବିବେକାନନ୍ଦ ମହାପାତ୍ର, କୁଣ୍ଡି ପଞ୍ଚାୟତ ସମିତି ସଭ୍ୟ ଲତୀଫୁର ରହେମାନ, ସରୋଜ ପରିଡ଼ା, ଅରବିନ୍ଦ ପଣ୍ଡା, ଅଶୋକ କର, ସଚିନ୍ଦ୍ର ବାରିକ, ଚୈତନ୍ୟ ଚରଣ ପାଣି, ଯୁବ ନେତା ସେକ ବାଦଲ,ଅଶୋକ କର ଶରତ ମହାନ୍ତି ମହେନ୍ଦ୍ର ରାଉତ ବସନ୍ତ ଦାସ, ଅନନ୍ତ କିଶୋର ମଲ୍ଲିକ,ହରିହର ବରାଳ, ସନ୍ତୋଷ ମହାନ୍ତି, ରଘୁନାଥ ଦାସ ,ରମେଶ ସାମଲ ,ମହେଶ୍ୱର ଦାସ, ନଗେନ୍ଦ୍ର ଦାସ, ପୀର ପୃଷ୍ଟି, ରଞ୍ଜନ କୁମାର ମଲ୍ଲିକ, ପୀତବାସ ସେଠୀ, ସୁଶାନ୍ତ ନାୟକ,ଦୀପକ ଦାସ, ରାମ ଚନ୍ଦ୍ର ଜେନା, ପ୍ରଫୁଲ ଜେନା, ପ୍ରଦୀପ ବିଶ୍ୱାଳ, ପ୍ରଦୀପ କୁମାର ପଲେଇ, ଅକ୍ଷୟ ପତି ,ସୁରେନ୍ଦ୍ର ବେହେରା, ସ୍ମୃତି ରଞ୍ଜନ ବେହୁରା, ନବଘନ ରାଉତ, ଆବିଦ ଖାନ, ସୁକାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


