ମୁରିବାହାଲ ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ : ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଜନ୍ମଦିନ

ଆଜତକ ଓଡ଼ିଶା
0

ମୁରିବାହାଲ,୩୧।୧୦ ନ୍ୟୁଜ ବ୍ୟୁରୋ : ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଉପଲକ୍ଷେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେଇଥିଲା। ମୁରିବାହାଲ ପୋଲିସ ପକ୍ଷରୁ ମୁରିବାହାଲ ଥାନା ଅଧିକାରୀ ସନାତନ ସାହୁଙ୍କ ନେତୃତ୍ୱରେ ଏହି ଦିବସକୁ ପାଳନ କରିବା ପରେ ସମସ୍ତେ ମିଶି ଏକ ଶପଥ ପାଠ କରିଥିଲେ। ଏହାପରେ ପୂର୍ବ ପ୍ରସ୍ତୁତି ଅନୁଯାଇ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ରଖାଯାଇଥିଲା । ଗୁଡିଘାଟ ଗ୍ରାମର ରତ୍ନାକର ଭୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଦ୍ଵିତୀୟ ସ୍ଥାନ ରେଙ୍ଗାଲି ଗ୍ରାମର ଜୀବର୍ଦ୍ଧନ ନାଗ ଅଧିକାର କରିଥଲେ ସେହିପରି ତୃତୀୟ ସ୍ଥାନ ଗୁଡିଘାଟର ଜଗଦୀଶ ଭୋଇ ଅଧିକାର କରଥିଲେ । ଏହି କାର୍ଯ୍ୟକ୍ରମରେ ମୁରିବାହାଲ ପୋଲିସର ଏସଆଇ ପ୍ରମୋଦ ପ୍ରଧାନ, ଏସଆଇ ପଙ୍କଜିନି ବାଗ, ଏଏସଆଇ ସୁଶିଲ ମହାପାତ୍ର,ରବିନ୍ଦ୍ର ନାଗ, ପ୍ରିତମ ପୁଜାରୀ, ବାଲୁଜା ନାଲି, ମହେଶ୍ୱର କାବାସିଓ ସମସ୍ତ ଥାନା କର୍ମଚାରି ସାହାଯ୍ୟ କରିଥିଲେ ।

କେମିତି ସମସ୍ତେ ସୁସ୍ଥ ରହିବା, ବ୍ୟୟାମ କରିବା, ଶରୀର ପାଇଁ ନିହାତି ଆବଶ୍ୟକ ବୋଲି ଶ୍ରୀ ସାହୁ ବୁଝାଇଥିଲେ । ବିବିଧତା ମଧ୍ୟରେ ଏକତାର ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଅଖଣ୍ଡତାକୁ ବଜାୟ ରଖିବା ଆଜି ଏହି ଦିବସ ପାଳନର ମୂଳଲକ୍ଷ୍ୟ ଓ ଦେଶର ସୁରକ୍ଷା ଓ ଏକତା’ ସମ୍ବନ୍ଧରେ ଅତିଥି ଗଣ ଆଲୋଚନା କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default