ଜନ୍ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ପକ୍ଷରୁ ନାନ୍ଦୋଲ ଗ୍ରାମରେ ଜାତୀୟ ଏକତା ଦିବସ ପାଳନ

ଆଜତକ ଓଡ଼ିଶା
0


ଜୁନାଗଡ଼ ୩୧/୧୦ (ଧୀରେନ୍ଦ୍ର ସୁନାନି) ଜୁନାଗଡ଼ ବ୍ଲକ଼ ଅନ୍ତର୍ଗତ ନାନ୍ଦୋଲ ଗ୍ରାମରେ ଆଜି ଜନଶିକ୍ଷଣ ସଂସ୍ଥାନ, କଳାହାଣ୍ଡି ଦ୍ୱାରା ଭାରତର ଲୋହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଉତ୍ସାହ ଓ ଗମ୍ଭୀରତା ସହ ପାଳନ କରାଗଲା।ଏହି ଅବସର ଜନଶିକ୍ଷଣ ସଂସ୍ଥାନ, କଳାହାଣ୍ଡିଙ୍କ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରୋଗ୍ରାମ୍ ଅଫିସର୍ ଶ୍ରୀମତୀ କ୍ଷୀରମଣୀ କୁମାର ଓ ଅସିଷ୍ଟାଣ୍ଟ ପ୍ରୋଗ୍ରାମ୍ ଅଫିସର୍ ଶ୍ରୀ ଗଙ୍ଗାଧର ନାଏକ ବିଶେଷ ଭାବରେ ଉପସ୍ଥିତ ଥିଲେ। ଶ୍ରୀମତୀ କ୍ଷୀରମଣୀ କୁମାର ସର୍ଦ୍ଦାର ପଟେଲଙ୍କ ଜୀବନ, ତାଙ୍କ ଏକତା ଓ ଜାତି ଗଠନର ଦୃଢ଼ ସଂକଳ୍ପ ବିଷୟରେ ପ୍ରେରଣାଦାୟକ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ମଞ୍ଚ ପରିଚାଳନା ଶ୍ରୀ ଧୀରେନ୍ଦ୍ର ସୁନାନୀ ସ୍ଥିର ଭାବରେ ଏବଂ ସୁନିୟୋଜିତ ଭାବରେ କରିଥିଲେ। କାର୍ଯ୍ୟକ୍ରମରେ ୩୦ରୁ ୩୫ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରି, ଦେଶର ଏକତା ଓ ସମ୍ବିଧାନିକ ମୂଲ୍ୟବୋଧ ପ୍ରତି ନିଶ୍ଛଳ ସଙ୍କଳ୍ପ ବ୍ୟକ୍ତ କରିଥିଲେ। ପରିଶେଷରେ ସମସ୍ତେ ଏକତା ସପଥ ପାଠ କରି ଦେଶର ଐକ୍ୟ, ସମ୍ମାନ ଓ ସାମ୍ପ୍ରଦାୟିକ ସମରସତାକୁ ଅଟୁଟ ରଖିବା ପାଇଁ ସଙ୍କଳ୍ପ କଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default