ନୂଆପଡା ଉପ ନିର୍ବାଚନ ପାଇଁ ମତଦାନ ଏବଂ ଭୋଟ ଗଣତି ସମୟରେ ମଦ ଦୋକାନ ବନ୍ଦ ସହିତ "ଡ୍ରାଇ ଡେ' ଘୋଷିତ ହେଲା I ଏହା ଅବକାରୀ କମିଶନର,ଓଡିଶା, କଟକଙ୍କ ଚିଠି ସଂଖ୍ୟା- ୮୫୦୬ ତାରିଖ- ୨୦/୧୦/୨୫ ଅନୁଯାୟୀ, ଏବଂ ଜିଲ୍ଲାପାଳ ଙ୍କୁ ପ୍ରାପ୍ତ କ୍ଷମତା ଅନୁସାରେ ନିର୍ଦ୍ଦେଶିତ ହୋଇଛି । ନୂଆପଡ଼ା ଜିଲ୍ଲାର ସମସ୍ତ ପ୍ରକାରର ମଦ ଦୋକାନ ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ ନଭେମ୍ବର ୦୯ ତାରିଖ ଅପରାହ୍ଣ ୦୪.୦୦ ଘଣ୍ଟା ଠାରୁ ମତଦାନ ଦିନ ୧୧ ତାରିଖ ଭୋଟ୍ ଗ୍ରହଣ ପରିସମାପ୍ତି ପର୍ଯ୍ୟନ୍ତ ଅର୍ଥାତ୍ ୪୮ ଘଣ୍ଟା ପୂର୍ବରୁ ଏବଂ ୧୪ ତାରିଖ ମତ ଗଣନା ସମ୍ପୂର୍ଣ୍ଣ ଦିନ ନୂଆପଡା ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରହିବ ନୂଆପଡା ବିଧାନସଭା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ତିନିଦିନ 'ଶୁଷ୍କ ଦିବସ" ଭାବରେ ଘୋଷଣା କରାଯାଇଛି। ନୂଆପଡା ଜିଲ୍ଲା ମଧ୍ୟରେ ଏହି ସମୟରେ ଶାନ୍ତି ଶୃଙ୍ଖଳା ସହିତ ମତଦାନ ପାଇଁ ମଦର ଚୋରା ଓ ଅବୈଧ ଚାଲାଣ କୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି ।
ନୂଆପଡା ଉପନିର୍ବାଚନ-୨୦୨୫:ମତଦାନ ଏବଂ ଭୋଟ ଗଣତି ସମୟରେ ବନ୍ଦ ରହିବ ମଦ ଦୋକାନ
Thursday, October 23, 2025
0
Tags
