ଡିଜିଟାଲ ଇଣ୍ଡିଆ ଫେଲ ; ୨ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନାହିଁ ମୋବାଇଲ ଟାୱାର

ଆଜତକ ଓଡ଼ିଶା
0


ଝରିଗାଁ,୩୧/୧୦ : (ବୁଦୁରାମ ଗଣ୍ଡ) କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଲୋକଙ୍କ ନିକଟରେ ସେବା ପହଞ୍ଚିବା ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି; ହେଲେ ଆଜି ବି ଉପାନ୍ତ ଅଞ୍ଚଳର ଚିତ୍ରକୁ ଦେଖିଲେ ଏହି ଡିଜିଟାଲ ଇଣ୍ଡିଆ ଉପହାସ ପରି ମନେ ହୁଏ । ନବରଙ୍ଗପୁର ଜିଲ୍ଲା ଉପାନ୍ତ ଅଞ୍ଚଳ କୁହାଯାଉଥିବା ଝରିଗାଁ ବ୍ଲକର ଅନେକ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ମୋବାଇଲ ସେବା ପହଞ୍ଚି ପାରିନାହିଁ । ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର ବାହାରକର୍ମରି ଓ ଗାଇବନ୍ଦା ଠାରେ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଦୂର ସଂଚାର ବିଭାଗ ଦ୍ଵାରା ବିଏସଏନ୍ଏଲ୍ ଟାୱାର ସ୍ଥାପନ କରାଯାଇଛି। ହେଲେ ଆଜିକୁ ୨ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଲୋକଙ୍କୁ ମୋବାଇଲ ସେବା ଯୋଗାଇଦେବା ଉଦ୍ଧେଶ୍ୟରେ ଟାୱାର ସ୍ଥାପନ କରାଯାଇଥିଲେ ସୁଦ୍ଧା ଲୋକ ସେବା ପାଇବାରୁ ବଞ୍ଚିତ ଅଛନ୍ତି । ଏହି ଟାୱାର କାର୍ଯ୍ୟକ୍ଷମ ହେଲେ ଆଖପାଖ ୧୦ରୁ୧୫ ଖଣ୍ଡ ଗ୍ରାମବାସୀ ଯୋଗାଯୋଗ ସୁବିଧା ପାଇପାରିବେ। ଗ୍ରାମବାସୀଙ୍କ କହିବା ପ୍ରକାରେ ଟାୱାର କାର୍ଯ୍ୟ ସମ୍ପୂର୍ଣ ହେଲା ପରେ ୫ରୁ୭ଦିନ ପର୍ଯ୍ୟନ୍ତ ନେଟୱର୍କ ଛଡାଯାଇଥିଲା କିନ୍ତୁ ତାହାବି ଫୋନକଲ୍ ପାଇଁ ଉଦ୍ଧିଷ୍ଟ ନଥିଲା ଇଣ୍ଟରନେଟ କିଛି ମାତ୍ରାରେ ଚାଲିଥିଲା। ପରବର୍ତ୍ତୀ ସମୟରେ ବିଭାଗୀୟ କର୍ମଚାରୀମାନେ ଟାୱାରର କୌଣସି ଜିନିଷ ତ୍ରୁଟିଥିବା କହି ବନ୍ଦ କରିଦେଇଥିଲେ ।ସେବେଠୁ ପଡ଼ିରହିଛି ବିଭାଗୀୟ ଅଧିକାରୀ,ଜନପ୍ରତିନିଧି ମାନଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ବି କାହାରି ଦୃଷ୍ଟି ପଡୁନାହିଁ। ଯାହା ଫଳରେ ଜରୁରୀ କାଳୀନ ପରିସ୍ଥିତିରେ ଅନେକ ହଇରାଣ ହେଉଛନ୍ତି। ଲୋକେ ପାହାଡ ଚଢି ନେଟୱର୍କ ଖୋଜୁଛନ୍ତି ତ ଗଛ ଚଢି ଫୋନରେ କଥା ହେବାକୁ ପଡୁଛି । ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠପଢାରୁ ବଞ୍ଚିତ ହେବା ସହିତ ସରକାରୀ କାମରେ ବି ନକେଦମ୍ ହେଉଛନ୍ତି ସରକାରୀ କର୍ମଚାରୀମାନେ। ତେଣୁ ସମସ୍ତ ଅସୁବିଧାକୁ ଦୃଷ୍ଟିରେ ରଖି ମୋବାଇଲ ଟାୱାର ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default