ଖପ୍ରାଖୋଲ ରେ କଂସ ଦରବାର ପାଇଁ କଂସ ବରଣ

ଆଜତକ ଓଡ଼ିଶା
0

ବଲାଙ୍ଗିର ୩୧/୧୦ (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ଆଗାମି ନଭେମ୍ବର ୨୯ ରୁ ନେବାକୁ ଥିବା ଖପ୍ରାଖୋଲ ମହୋତ୍ସବ ତଥା କଂସ ଦରବାର ପାଇଁ କଂସ ବରଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଖପ୍ରାଖୋଲ ର ଇଷ୍ଟ ଦେବୀ ମାଁ ଡୁମେର ତଲେନଙ୍କ ଠାରେ ପୂଜା ସହିତ କଂସ ଭୂମିକା ପାଇଁ ବରିଷ୍ଠ ମଞ୍ଚ କଳାକାର ଆର୍ତ୍ତ ତ୍ରାଣ ସୁନାନୀ ଙ୍କୁ ଗୁଆ ନଡ଼ିଆ ଦେଇ ବରଣ କରିଥିଲେ। ଏହି ଅବସରରେ ମହୋତ୍ସବ କମିଟି ସଭାପତି ବୁଲୁ ପଣ୍ଡା, ଉପ ସଭାପତି ଡୋଲାମଣୀ ସାଣ୍ଡ, ରଞ୍ଜନ ସାହୁ, ଉଦ୍ଧବ ମେହେର, ରାଜୁ ବାରିକ, ସତ୍ୟ ବାଗ, ଅରକ୍ଷିତ ସାହୁ, ବିନୋଦ ସାହୁ, କୁନୁ ସାହୁ, ବାଦଲ ଦଣ୍ଡସେନା, ହରିବୋଲ ଦାସ, ହାକା ପ୍ରଧାନ, ରୋହିତ ଶଗଡ଼ିଆ, ସୁଶାନ୍ତ ପ୍ରଧାନ, ଆଶିଷ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ମହୋତ୍ସବ ଡିସେମ୍ବର ୧୨ଯାଏଁ ଅନୁଷ୍ଠିତ ହେବାକୁ ଥିବା ବେଳେ ପାର୍ବତୀ ଗଣନାଟ୍ୟ ଯାତ୍ରା, ହାସ୍ୟ ଅଭିନେତା ପପୁ ପମ ପମ ଯୋଗଦେବେ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default