ନୂଆପଡା ଉପ ନିର୍ବାଚନ ପାଇଁ ଭୋଟ ଗଣତି ସମ୍ବନ୍ଧୀୟ ଗୁରୁତ୍ଵ ପୂର୍ଣ୍ଣ ରାଜ୍ୟ ସ୍ତରୀୟ ତାଲିମ୍ ବୈଠକ ଅନୁଷ୍ଠିତ

ଆଜତକ ଓଡ଼ିଶା
0

ରାଜ୍ୟ ଶିଳ୍ପ ବିଭାଗ ନିର୍ଦ୍ଦେଶିକା ଅବୋଲି ସୁନୀଲ ନରବଣେ ଏଵଂ ଅତିରିକ୍ତ ଶାସନ ସଚିବ ପ୍ରମୋଦ ସାହୁ ତାଲିମ୍ ପ୍ରଦାନ କଲେ


ନୂଆପଡା :- ବିରବଲ ପ୍ରଧାନ / ଆଜତକ ଓଡ଼ିଶା

ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ଭୋଟ ଗଣତି ସମ୍ବନ୍ଧୀୟ ଗୁରୁତ୍ଵ ପୂର୍ଣ୍ଣ ରାଜ୍ୟ ସ୍ତରୀୟ ତାଲିମ୍ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧିକାରୀ ମାନଙ୍କୁ ସେମାନଙ୍କ ଗୁରୁଦାୟିତ୍ବ ସମ୍ବନ୍ଧରେ ଅବଗତ କରାଇଥିଲେ । ରାଜ୍ୟ ସ୍ତରୀୟ ତାଲିମ୍ ଦାତା ଭାବରେ ଶିଳ୍ପ ବିଭାଗ ନିର୍ଦ୍ଦେଶିକା ଶ୍ରୀମତୀ ଅବୋଲି ସୁନୀଲ ନରବଣେ ଏଵଂ ଅତିରିକ୍ତ ଶାସନ ସଚିବ ପ୍ରମୋଦ ସାହୁ ଯୋଗ ଦେଇଥିଲେ । ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ମାଷ୍ଟର ଟ୍ରେନର ମାନଙ୍କୁ ବିଶଦ ଭାବରେ ତାଲିମ୍ ପ୍ରଦାନ କରାଯାଇଥିଲା। ସମ୍ପୂର୍ଣ ରୂପେ ଅବାଧ ଓ ତୃଟିଶୁନ୍ୟ ଗଣତି ପାଇଁ ସମସ୍ତ ବ୍ୟବହାରିକ ଦିଗ ଉପରେ ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶନ ହୋଇଥିଲା । ଉଭୟ ତାଲିମ୍ ଦାତା ଅଧିକାରୀମାନଙ୍କୁ ଭୋଟ ଗଣତି ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ସମ୍ବନ୍ଧରେ ଆଗୁଆ ସୂଚନା ପ୍ରଦାନ କରିଥିଲେ । ଭୋଟ ଗଣତି କେନ୍ଦ୍ର ନେସନାଲ କଲେଜରେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ତଥା ନିରାପତ୍ତା ସମ୍ବନ୍ଧରେ ପଚାରି ବୁଝିଥିଲେ । ଏହା ସହିତ ଉଭୟେ ଅଧିକାରୀ ମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ଶ୍ରୀମତୀ ନରବଣେ ସମସ୍ତ ଅଧିକାରୀ ସମର୍ପିତ ଭାବରେ ଦାୟିତ୍ଵ ନିର୍ବାହ କରି କେମିତି ଶୀଘ୍ର ଗଣତି ପ୍ରକ୍ରିୟାକୁ ସମ୍ପନ୍ନକରାଯାଇପାରିବ ସେ ବିଷୟରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ,ପ୍ରଫୁଲ୍ଲ କୁଜୁର୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ୱୋଧର ଧରୁଆ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ୍ ନାୟକ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default