6 ଦାଦନ ଉଦ୍ଧାର ସହିତ ;ଦାଦନ ସର୍ଦାର ଗିରଫ


ଲାଠୋର : ୧୧/୧୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲାରେ ବେଆଇନ ଦାଦନ ଚାଲାଣ ଥମିବାର ନା ନେଉନାହିଁ ।ପ୍ରଶାସନର ସଚେତନତା କାର୍ଯ୍ୟକ୍ରମ ଏବଂ ସରକାରଙ୍କ ଟାସ୍କଫୋର୍ସ କମିଟି କୌଣସି କାମରେ ଆସୁନାହିଁ । ସବୁ ପାଣିର ଗାର ସଦୃଶ୍ୟ ଭଳି । ବେଆଇନ ଦାଦନ ଚାଲାଣ ସମୟରେ ଲାଠୋର ପୋଲିସ ୬ ଦାଦନକୁ ଉଦ୍ଧାର କରିବା ସହିତ ଦାଦନ ସର୍ଦାରକୁ ଗିରଫ କରିଛି । ଦାଦନ ଶ୍ରମିକ ମାନଙ୍କ ମଧ୍ୟରେ ମହିଳା ୨ ଏବଂ ପୁରୁଷ ୪ ଜଣ ଥିବା ଜଣା ପଡିଛି । ଦାଦନ ଶ୍ରମିକ ମାନଂକୁ ନିଜ ଘରେ ଛାଡି ଦେଇଥିବା ବେଳେ ଦାଦନ ସର୍ଦାରକୁ ଗିରଫ କରି କେଶ ନଂ. 260/24,U/S 143/146/318(2) BNS/ R.W. sec. 25 ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁକରି ଅଧିକ ତଦନ୍ତ କରୁଥିବା ଲାଠୋର ଥାନାଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି ।

Post a Comment

Previous Post Next Post